Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନାମୁହିଁ ନଦୀରେ ହେବ କଣ୍ଟ୍ରୋଲ ଷ୍ଟ୍ରକଚର, ରାଜ୍ୟ ଯୋଜନା ବୋର୍ଡ ବୈଠକରେ ନିଷ୍ପତି
ଆଜିର ଖବର

ସୁନାମୁହିଁ ନଦୀରେ ହେବ କଣ୍ଟ୍ରୋଲ ଷ୍ଟ୍ରକଚର, ରାଜ୍ୟ ଯୋଜନା ବୋର୍ଡ ବୈଠକରେ ନିଷ୍ପତି

February 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁନାମୁହିଁ ନଦୀରେ ହେବ କଣ୍ଟ୍ରୋଲ ଷ୍ଟ୍ରକଚର, ରାଜ୍ୟ ଯୋଜନା ବୋର୍ଡ ବୈଠକରେ ନିଷ୍ପତି

ଭୁବନେଶ୍ୱର,  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସେଚ ସଦନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକ୍‌ର ନରସିଂହପାଟଣାଠାରେ ସୁନାମୁହିଁ ନଦୀ ଉପରେ ଏକ କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ହେଲେ ସମୁଦ୍ରର ଲୁଣାପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ନରସିଂହପାଟଣା, ଜଗନ୍ନାଥପାଟଣା, ବଳଭଦ୍ରପାଟଣା ଓ ବରୁଡ଼ି ଭଳି ୬/୭ ଖଣ୍ଡ ମଉଜାର ଦୁଇ ହଜାର ପାଖାପାଖି ଚାଷଜମିର ଚାଷୀମାନେ ଉପକୃତ ହୋଇପାରିବେ ।

ସେହିପରି ଭାର୍ଗବୀ ନଦୀ ଉପରେ ପୁରୀ ସଦର ବ୍ଲକ୍‌ର ପ୍ରତାପ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ମାଳିସାହିଠାରେ ନିର୍ମାଣାଧୀନ ବି୍ରଜକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପାଇଁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଦୁଇଟି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହିତ ଚଳିତ ବଜେଟ ପରେ ସମସ୍ତ ପ୍ରଶାସନିକ ଓ ବୈଷୟିକ ନିଷ୍ପତ୍ତିକୁ ଚୂଡ଼ାନ୍ତ କରି ଦୀର୍ଘଦିନ ଧରି ଅବହେଳିତ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି ।

ରାଜ୍ୟ ଯୋଜନା ବୋର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Latest News

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.