
ଭୁବନେଶ୍ୱର: କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କୁ ମାସିକ ଭତ୍ତା ୫ ହଜାର ଟଙ୍କାରୁ ବଢାଇ ୬ ହଜାର କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ତିନି ହଜାର ଟଙ୍କା କାହିଁକି ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କର ପାଇଁ ଭତାକୁ ମାସିକ ୫ ହଜାର ଟଙ୍କାରୁ ବଢାଇ ୬ ହଜାର ଟଙ୍କା କରି ସାରିଛନ୍ତି। ମାତ୍ର ଏହା ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାର ସେମାନଙ୍କୁ ଏବେ ମଧ୍ୟ ତିନି ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ସେମାନେ ଶୋଷଣର ଶୀକାର ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ନାଏକ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।