
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି ଆଜିଠାରୁ ଏକ ନୂଆ ଦାୟିତ୍ଵ ନେଇଛନ୍ତି। କଟକ ଓପିଏସସି କାର୍ଯ୍ୟାଳୟରେ ସେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।
ସେ ୧୯୮୮-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ କଟକସ୍ଥିତ ନରାଜ ଠାରେ ଗତକାଲି ପୋଲିସ ସେବାରୁ ଅବସର ନେଇଥିଲେ। ପରେ ସେ ଭୁବନେଶ୍ୱରର ଓଡିଶା ପୋଲିସ୍ ଟ୍ରେନିଂ ଏକାଡେମୀରେ ଏକ ବିଦାୟୀ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଥିବା ଶ୍ରୀ ମହାନ୍ତି ଟ୍ୱିନ୍ ସିଟିର ପୋଲିସ୍ କମିଶନର ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ।
ଦାୟିତ୍ଵ ନେବା ଅବସରରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ନିୟମିତ ଭାବେ ଶିକ୍ଷାବିତଙ୍କ ପରାମର୍ଶରେ ଓପିଏସସି ପରୀକ୍ଷା କାର୍ଯ୍ୟପ୍ରଣାଳୀକୁ ସୁଦୃଢ କରିବା ସହ ପରୀକ୍ଷାରେ ସ୍ଵଚ୍ଛତା ରଖାଯିବ।