ଏଇ ମାର୍ଚ୍ଚରେ ଶୁକ୍ର ଗ୍ରହ କରିବେ ରାଶି ପରିବର୍ତ୍ତନ, 5ଟି ରାଶି ହେବେ ପ୍ରଭାବିତ

Published: Mar 1, 2021, 11:16 pm IST

ନୂଆଦିଲ୍ଲୀ,  ମାର୍ଚ୍ଚରେ ଶୁକ୍ର ଗ୍ରହ ତାଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି। ମାର୍ଚ୍ଚ 17 ରେ, ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ। ଆସନ୍ତା ମାସ 10 ଏପ୍ରିଲ ପର୍ଯ୍ୟନ୍ତ ଶୁକ୍ର ସେଠାରେ ରହିବେ। ଶୁକ୍ର ସାଧାରଣତଃ ଭୌତିକ ସୁଖ ପ୍ରଦାନକାରୀ ଗ୍ରହ ବୋଲି ବିଶ୍ବାସ କରାଯାଏ। ଯଦି ଆପଣଙ୍କ ରାଶି  ସଠିକ୍ ଅଛି ତାହାହେଲେ ବର୍ତ୍ତମାନ ସାମଗ୍ରୀକ ଆରାମର ଅଭାବ ରହିବ ନାହିଁ। ମାର୍ଚ୍ଚ 17 ତାରିଖ 2021 ରେ ଶୁକ୍ରଙ୍କ ଏହି ଚଳନ ସକାଳ 2ଟାରେ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା ଏହି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶିର ଉପରେ କ’ଣ ହେବ ?

କୁମ୍ଭ- ଏହି ରାଶି ପାଇଁ ଶୁକ୍ର ଏକ ଉପକାରୀ ଗ୍ରହ। ତେଣୁ, କୁମ୍ଭର ଲୋକମାନେ ସେମାନଙ୍କର କାର୍ଯ୍ୟରେ ଲାଭ ପାଇବେ, ସେମାନେ କରୁଥିବା କାର୍ଯ୍ୟ କିମ୍ବା ସେମାନଙ୍କର ନିଜର ବ୍ୟବସାୟରେ ଲାଭ ପରିଲକ୍ଷିତ ହେବ।

ବିଛା- ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ବହୁତ ଶୁଭ ଫଳାଫଳ ଆଣିଥାଏ। ଏହି ରାଶିର ଲୋକମାନେ ବ୍ୟବସାୟ ଏବଂ ବିନିଯୋଗରେ ଅନେକ ସଫଳତା ପାଇବେ।

କନ୍ୟା-  କନ୍ୟା ପାଇଁ ଶୁକ୍ର ବହୁତ ଭଲ ହେବ। ଆପଣଙ୍କର କାର୍ଯ୍ୟ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେବ। ଉଭୟ କାର୍ଯ୍ୟରେ ଏବଂ ଘରେ ଲାଭର ସମ୍ଭାବନା ଅଛି।

କର୍କଟ- ଶୁକ୍ର ଗ୍ରହ ଆର୍ଥିକ ଦୃଷ୍ଟିରୁ ବହୁତ ଭଲ ହେବ। ଗୋଟିଏ ପଟେ, ଯେତେବେଳେ ଆପଣ ଚାକିରିରେ ଲାଭ ପାଇବେ, ଅନ୍ୟପଟେ, କାହାଠାରୁ ହଠାତ୍ ଲାଭ ପାଇବାର ସମ୍ଭାବନା ଅଛି।

ବୃଷ : ଏହି ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ଫଳାଫଳ ଆଣିବ। ଅସୁବିଧା ହୋଇ ପଡିରିହଥିବା କାମ ସଫଳ ହେବ। କାର୍ଯ୍ୟ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି। ବ୍ୟବସାୟ ଲାଭ କରିବ ।

Related posts