ଦେଶୀ ମଦ ବିକ୍ରି ବେଳେ ବାଣପୁର ପୋଲିସର ଚଢାଉ: ଜଣେ ଗିରଫ

Published: Mar 1, 2021, 7:38 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଂଟିକାପଲ୍ଲୀ ଗ୍ରାମରେ ଦେଶୀ ମଦ ବିକ୍ରି କରୁଥୁବା ସମୟରେ ଜଣେ ଚୋରା ମଦ ବେପାରୀକୁ ଆଜି ଗିରଫ କରିଛି ବାଣପୁର ପୋଲିସ।

କୌଣସି ବିଶେଷ ସୂତ୍ରରୁ ଖବର ପାଇ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ ପ୍ରସନ୍ନ ଜେନା ସଦଳବଳେ ଆଜି ଅପରାହ୍ନରେ ଝିଂଟିକାପଲି ଗ୍ରାମରେ ଚଢାଉ କରିଥିଲେ। ଉକ୍ତ ସମୟରେ ନବୀନ ଶବର(୩୩) ନାମକ ମଦ ବେପାରୀ ଚୋରାରେ ଦେଶୀ ମଦ ବିକୁଥୁବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ। ସେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖାସିଖୋଲ ଗ୍ରାମର ବାସିନ୍ଦା। ତାଙ୍କ ନିକଟରୁ ପୋଲିସ ୮୩.୫ ଲିଟର ଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ବାଣପୁର ପୋଲିସ ତାଙ୍କ ବିରୋଧରେ କେସ ନମ୍ବର ୮୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ତେବେ ପଡୋଶୀ ଗଞ୍ଜାମ ଜିଲ୍ଲାର ଅସାମାଜିକ ବ୍ୟକ୍ତିମାନେ ବାଣପୁର ବାଲୁଗାଁ ଅଞ୍ଚଳକୁ ଆସି ବେଆଇନ ଦେଶୀ ମଦ ବିକ୍ରି ସାମ୍ରାଜ୍ୟ ବିସ୍ତାର କରୁଥିବାରୁ ଅବକାରୀ ଏବଂ ପୋଲିସ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।

Related posts