Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝର: ଲୁହା ଶିକୁଳିରେ ବନ୍ଧା ପଡିଛି ନାବାଳିକାର ଶୈଶବ
ଆଜିର ଖବର

କେନ୍ଦୁଝର: ଲୁହା ଶିକୁଳିରେ ବନ୍ଧା ପଡିଛି ନାବାଳିକାର ଶୈଶବ

March 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛ ଏକ ଅଭାବନୀୟ ଘଟଣା। ଲୁହା ଶିକୁଳ ଓ ତାଲାରେ ବନ୍ଧା ପଡିଛି ଜଣେ ନିରୀହ ନାବାଳିକାର ଜୀବନ। ସଦର ଥାନା ଅନ୍ତର୍ଗତ ବରଦାପାଳ ଗ୍ରାମର ଜମାଦାର ମାଝୀଙ୍କ ସବା ସାନ ଝିଅ। ଝିଅ କୁସୁମିତା ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା।

କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ହୋଇଯିବା ପରେ ସେହି ଦିନଠାରୁ ଘରେ ଆସି ରହୁଥିଲା ରୀନା। କିନ୍ତୁ ଘରେ ରହୁଥିବା ସମୟରେ ଘରଛାଡି ଚାଲିଯିବାକୁ ଝିଅ ବାରମ୍ବାର ଉଦ୍ୟମ କରି ଆସୁଥଲା। ପୂର୍ବରୁ ଥରେ ପରିବାର ଲୋକଙ୍କ ଅଜ୍ଞାତରେ ଝିଅଟି ଘରଛାଡି ଚାଲି ଯାଇଥିବା ବେଳେ ସି.ଡବ୍ଲୁ.ସି. ଓ ପୋଲିସ ତୁରୁମୁଙ୍ଗା ଠାରୁ ତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଗତକାଲି ମଧ୍ୟ ଝିଅ ଘରୁ ପଳାଇ ଯାଉଥିବା ସମୟରେ ଗାଁ ଲୋକମାନେ ତାକୁ ଉଦ୍ଧାର କରି ତାର ବାପାକୁ ହସ୍ତାନ୍ତର କରିଥିଲେ। ଏ ସମସ୍ତ ଘଟଣା ସି.ଡବ୍ଲୁ.ସି. ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଗଲା ସତ ତଥାପି ଝିଅକୁ ସମ୍ଭାଳିବା ବହୁତ କଷ୍ଟକର ହୋଇ ପଡିଲା। ଶେଷରେ କିଛି ଉପାୟ ନପାଇ କୁଆଡେ ଚାଲି ନ ଯିବା ପାଇିଁ ଝିଅକୁ ଲୁହା ଶିକୁଳିରେ ତାଲା ପକାଇ ବାଧ୍ୟ ହୋଇଛନ୍ତି ନିଜର ଅତି ଆପଣାର ପରିବାର ବର୍ଗ।

ନିଜ ଝିଅର ଏପରି ଅବସ୍ଥା ସଂପର୍କରେ ଝିଅର ବାପା ଜାମଦାଙ୍କ କହିବାନୁସାରେ ଝିଅ ତାଙ୍କର ପ୍ରାୟ ସମୟ ଅନ୍ୟ ମନସ୍କ ରହୁଅଛି। ତାକୁ ବହୁତ ବୁଝା ସୁଝା କରିବା ସତ୍ତ୍ୱେ ମଧ୍ୟ କିଛି ଲାଭ ହେଉନାହିଁ। ଘରେ ରଖିବାକୁ ବହୁ ଚେଷ୍ଟା ପରେ ମଧ୍ୟ ସେମାନେ ସଫଳ ହେଇ ପାରୁନାହାଁନ୍ତି। ପରିବାର ଲୋକେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ମଧ୍ୟ ଦେଇଛନ୍ତି। କିନ୍ତୁ ଅଦ୍ୟବଧି ଫଳ ଶୂନ୍ୟ ରହିଛି।

କୌଣସି ସରକାରୀ ସଂସ୍ଥା ଯଦି ତାର ଚିକିତ୍ସା ସହ ଲାଳନ ପାଳନର ଦାୟିତ୍ୱ ନେବାକୁ ଆଗେଇ ଆସିବେ ତେବେ ସେ ଖୁସି ହେବ ବୋଲି କହିଛନ୍ତି ବାପା ଜମାଦାର ମାଝି। ଏଭଳି ସ୍ଥିତିରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି।

କେନ୍ଦୁଝର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.