Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର ଜିଲ୍ଲା ମୂଷାଖରୀ ଏବଂ ଏରେଣ୍ଡେଇ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖରୀ ଏବଂ ଏରେଣ୍ଡେଇ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ଅଧିକାରୀମାନେ ବ୍ୟାଙ୍କ୍ ଓ କୃଷି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା,  ଜୈବିକ କୃଷି ପଦ୍ଧତି, ଅତ୍ୟାଧୁନିକ କୃଷି ପ୍ରଣାଳୀ, ଡ୍ରୋନ ସାହାଯ୍ୟରେ କୀଟ ନାଶକ ସିଞ୍ଚନ ଉପରେ ଲୋକଙ୍କୁ ସଚେତନ କରିଥିଲେ। ସମନ୍ଵିତ ଶିଶୁ ଓ ମହିଳା ବିକାଶ ଯୋଜନା, କିଶୋର କିଶୋରୀଙ୍କ ରକ୍ତହୀନତା ଦୂର କରିବା, ଆଇରନ ଓ କୃମି ଔଷଧ ସେବନ ଉପରେ  ମଧ୍ୟ ଆଲୋକପାତ କରିଥିଲେ।

ସେହିପରି ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ଆର୍ଥିକ ସୁରକ୍ଷା ଯୋଜନା, ପେନସନ ଯୋଜନା ଓ ବିଶ୍ଵକର୍ମା ଯୋଜନା ଉପରେ ହିତାଧିକାରୀଙ୍କୁ ବୁଝାଇଥିଲେ। ଏହି ଅବସରରେ ହିତାଧିକାରୀ ମାନେ କେନ୍ଦ୍ର ସରକାରଙ୍କ ତରଫରୁ ପାଇଥିବା ବିଭିନ୍ନ ଯୋଜନାର ଲାଭକୁ ନେଇ ମତାମତ ରଖିବା ସହିତ  ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

 

କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ବୁଦ୍ଧିଜୀବୀଙ୍କ ସମେତ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ବିଶ୍ବାସ କରିପାରୁ ନାହାଁନ୍ତି ସାଥୀ କଳାକାର

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ପରଲୋକରେ ଓଡିଆ ସିନେମା ଜଗତ ଏବଂ ସିନେପ୍ରେମୀ ସ୍ତବ୍ଧ ହୋଇପଡିଛି। ସେ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ତାଙ୍କ ପଳାଶୁଣି ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନ ପରିଡା ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ଓଡିଶା ଆଉ ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାନ୍ତ ମହାପାତ୍ର- ତାଙ୍କର ବିୟୋଗରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି। ସେ ଏହି ଖବରକୁ କେବେ ବି ବିଶ୍ବାସ କରିପାରୁ ନାହାଁନ୍ତି। ସେ କହିଛନ୍ତି ଯେ. ତାଙ୍କ ସହିତ 10 ଦିନ ତଳେ ଦେଖା ହୋଇଥିଲା। ସେତେବେଳେ ସେ ମାନସିକ ସ୍ତରରେ ବେଶ୍ ଦୃଢ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାକୁ ସେ ବିଶ୍ବାସ କରିପାରୁ ନାହାଁନ୍ତି।

ଶ୍ରୀତମ ଦାସ- ଅନ୍ୟତମ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ମଧ୍ୟ ଏହି ଖବରକୁ ବିଶ୍ବାସ କରିପାରୁ ନାହାଁନ୍ତି। ତାଙ୍କ ମତରେ ସେ କୌଣସି ଅସୁବିଧାରେ ନ ଥିଲେ। ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ପାରିବାରିକ କଥା। ସେଥିରେ କୌଣସି ଅସୁବିଧା ନ ଥିଲେ। ହେଲେ ସେ ଆତ୍ମହତ୍ୟା କରିବେ ତାହା ଅବିଶ୍ବସନୀୟ। ଏହା ଉପରେ ତଦନ୍ତ ହେବା ଦରକାର।

ଉଷସୀ ମିଶ୍ର- ଅଭିନେତ୍ରୀ ଉଷସୀ ମିଶ୍ର ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି। ରାଇଭାଇ କାହିଁକି ଆତ୍ମହତ୍ୟା କରିବେ ଏହାକୁ ସେ ଜାଣିପାରୁ ନାହାଁନ୍ତି। ସେ କହିଛନ୍ତି ଯେ, ରାଇମୋହନ ଏପରି ଏକ କଳାକାର ଯେ କି ସିନେମା, ଯାତ୍ରା ଏବଂ ଟେଲିଭିଜନରେ ଅଭିନୟ କରିପାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କେନ୍ଦୁଝରର ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪ ଶହ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

କେନ୍ଦୁଝରକୁ ଏକ ସମୃଦ୍ଧ ଜିଲ୍ଲା ଭାବରେ ଗଢିବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଆସୁଛନ୍ତି । କେନ୍ଦୁଝରର ସବୁ ଗାଁ, ସବୁ ସହର ଓ ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଜନଜାତି ଭାଇ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ କୁକୁଡା ପାଳନ ପ୍ରକଳ୍ପ (Mega Poultry Project) ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ୩୦ ହଜାର ଜନଜାତି ଭାଇ ଭଉଣୀ ଉପକାର ପାଇବେ ବୋଲି ସେ କହିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ କେନ୍ଦୁଝର ଜିଲ୍ଲା, ୪ ଲକ୍ଷ ୨୦ ହଜାର ପରିବାର ହେବେ ଉପକୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୪.୨୦ ଲକ୍ଷ ପରିବାରଏହି ସୁବିଧା ପାଇବେ । କେନ୍ଦୁଝର ସହିତ ରାଜ୍ୟର ୧୩ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।

ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୪ ଲକ୍ଷ ୨୦ ହଜାର ପରିବାର ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଦିନ ୧୦୦ଟି ରୂପାନ୍ତରୀତ ସ୍କୁଲର ଲୋକାର୍ପଣ ପାଇଁ ଖୁସି ବ୍ୟକ୍ତ ପାଇଁ ଏଥିପାଇଁ କାମ କରିଥିବା ଲୋକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଗୋଟିଏ ଦିନରେ ୧୦୦ଟି ସ୍କୁଲର ଲୋକାର୍ପଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ। ପୁଷ୍ଟି ନିରାପତ୍ତା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଭଲ ପ୍ରଦର୍ଶନ କରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର ଓ କେନ୍ଦୁଝର ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଯୋଗ ଦେଇ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ଓଡିଶାର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ।

ବିଶେଷକରି, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସାରା ଦେଶରେ ଅନେକ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା ବୋଲି ସେମାନେ କହିଥିଲେ । କେନ୍ଦୁଝରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତିଢ଼ ବୋଲି ପ୍ରକାଶ କରି ସେମାନେ ବିଭିନ୍ନ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର: ଲୁହା ଶିକୁଳିରେ ବନ୍ଧା ପଡିଛି ନାବାଳିକାର ଶୈଶବ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛ ଏକ ଅଭାବନୀୟ ଘଟଣା। ଲୁହା ଶିକୁଳ ଓ ତାଲାରେ ବନ୍ଧା ପଡିଛି ଜଣେ ନିରୀହ ନାବାଳିକାର ଜୀବନ। ସଦର ଥାନା ଅନ୍ତର୍ଗତ ବରଦାପାଳ ଗ୍ରାମର ଜମାଦାର ମାଝୀଙ୍କ ସବା ସାନ ଝିଅ। ଝିଅ କୁସୁମିତା ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା।

କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ହୋଇଯିବା ପରେ ସେହି ଦିନଠାରୁ ଘରେ ଆସି ରହୁଥିଲା ରୀନା। କିନ୍ତୁ ଘରେ ରହୁଥିବା ସମୟରେ ଘରଛାଡି ଚାଲିଯିବାକୁ ଝିଅ ବାରମ୍ବାର ଉଦ୍ୟମ କରି ଆସୁଥଲା। ପୂର୍ବରୁ ଥରେ ପରିବାର ଲୋକଙ୍କ ଅଜ୍ଞାତରେ ଝିଅଟି ଘରଛାଡି ଚାଲି ଯାଇଥିବା ବେଳେ ସି.ଡବ୍ଲୁ.ସି. ଓ ପୋଲିସ ତୁରୁମୁଙ୍ଗା ଠାରୁ ତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଗତକାଲି ମଧ୍ୟ ଝିଅ ଘରୁ ପଳାଇ ଯାଉଥିବା ସମୟରେ ଗାଁ ଲୋକମାନେ ତାକୁ ଉଦ୍ଧାର କରି ତାର ବାପାକୁ ହସ୍ତାନ୍ତର କରିଥିଲେ। ଏ ସମସ୍ତ ଘଟଣା ସି.ଡବ୍ଲୁ.ସି. ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଗଲା ସତ ତଥାପି ଝିଅକୁ ସମ୍ଭାଳିବା ବହୁତ କଷ୍ଟକର ହୋଇ ପଡିଲା। ଶେଷରେ କିଛି ଉପାୟ ନପାଇ କୁଆଡେ ଚାଲି ନ ଯିବା ପାଇିଁ ଝିଅକୁ ଲୁହା ଶିକୁଳିରେ ତାଲା ପକାଇ ବାଧ୍ୟ ହୋଇଛନ୍ତି ନିଜର ଅତି ଆପଣାର ପରିବାର ବର୍ଗ।

ନିଜ ଝିଅର ଏପରି ଅବସ୍ଥା ସଂପର୍କରେ ଝିଅର ବାପା ଜାମଦାଙ୍କ କହିବାନୁସାରେ ଝିଅ ତାଙ୍କର ପ୍ରାୟ ସମୟ ଅନ୍ୟ ମନସ୍କ ରହୁଅଛି। ତାକୁ ବହୁତ ବୁଝା ସୁଝା କରିବା ସତ୍ତ୍ୱେ ମଧ୍ୟ କିଛି ଲାଭ ହେଉନାହିଁ। ଘରେ ରଖିବାକୁ ବହୁ ଚେଷ୍ଟା ପରେ ମଧ୍ୟ ସେମାନେ ସଫଳ ହେଇ ପାରୁନାହାଁନ୍ତି। ପରିବାର ଲୋକେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ମଧ୍ୟ ଦେଇଛନ୍ତି। କିନ୍ତୁ ଅଦ୍ୟବଧି ଫଳ ଶୂନ୍ୟ ରହିଛି।

କୌଣସି ସରକାରୀ ସଂସ୍ଥା ଯଦି ତାର ଚିକିତ୍ସା ସହ ଲାଳନ ପାଳନର ଦାୟିତ୍ୱ ନେବାକୁ ଆଗେଇ ଆସିବେ ତେବେ ସେ ଖୁସି ହେବ ବୋଲି କହିଛନ୍ତି ବାପା ଜମାଦାର ମାଝି। ଏଭଳି ସ୍ଥିତିରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କେନ୍ଦୁଝର ଜିଲ୍ଲାର ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା

ପ୍ରମୋଦ କୁମାର ମହାକୁଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟସର ଚାଷୀ ସମବାୟ ସମିତି ଭଗାମୁଣ୍ଡା ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀର ଅନଲାଇନ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା ସ୍ଵାକ୍ଷର ହୋଇଛି। ଆଜିର ଦିନରେ ପ୍ରତେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ ବା ଯେକୌଣସି ସାମଗ୍ରୀର ବିକ୍ରି ପାଇଁ ଅନଲାଇନ ସୁବିଧା ହୋଇପାରିଛି। ଘରେ ବସି ମଣିଷ ଯେକୌଣସି ପସନ୍ଦର ଜିନିଷ ଉଚିତ୍ ମୂଲ୍ୟରେ କିଣିପାରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଟସର ଚାଷୀ ସମବାୟ ସମିତି ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀକୁ ଖାଉଟି ନିକଟକୁ ପହଞ୍ଚାଇବା ପାଇଁ ଅନଲାଇନ ମାଧ୍ୟମରେ ସୁଯୋଗ ସୃଷ୍ଟି କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ସମିତିର ଚାଷୀ, ହିତାଧିକାରୀ, କର୍ମଚାରୀ, ସହଯୋଗ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଥାଉକି, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଠାରେ ପ୍ରାୟ ୧୫୦୦ ଟସର ଚାଷୀକୁ ନେଇ ଟସର ଚାଷୀ ସମବାୟ ସମିତି ସ୍ଥାପନ ହୋଇଥିଲା। ଏ ଅଚଂଳରେ ସିମୀତ ଜୀବିକା ଓ ଅର୍ଥ ଉପାର୍ଜନର ପର୍ଯ୍ୟାପ୍ତ ମାଧ୍ୟମ ଉପଲବ୍ଧ ନ ଥିବା ଯୋଗୁଁ ଏବଂ ଅନ୍ୟ ପଟରେ ଟସର ଉତ୍ପାଦନ ଓ ଚାହିଦା ବଢିବା ଯୋଗୁଁ ୨୦୦୦ ମସିହାରେ ସେହି ହରିଚନ୍ଦନପୁର ବ୍ଲକ ରେ ଆଉ ୪ ଗୋଟି ସମବାୟ ସମିତି ସ୍ଥାପନ ହୋଇଥିଲା।

୩୦୦୦ ରୁ ଅଧିକ ଟସର ଚାଷୀ ସହଯୋଗ ଯୋଗୁଁ ପ୍ରାୟ ୩୦୦ ଜଣ ସ୍ଥାନୀୟ ଗ୍ରାମୀଣ ମହିଳାମାନେ ସୂତା କାଟିବା, ବୁଣିବା, ଫେବ୍ରିକ ପେଣ୍ଟିଙ୍ଗ, ଏମ୍ବ୍ରୋଡୋରୀ ପ୍ରଶିକ୍ଷଣ ନେଇ ନିଜକୁ ଟସର କାମରେ ନିୟୋଜନ ହୋଇଛନ୍ତି। ମୂଲ୍ୟଯୁକ୍ତ ଟସର ଉତ୍ପାଦନ ରେ ଜଡିତ ଲୋକ ମାନଙ୍କ ଜୀବନ ଜୀବିକା ବଦଳିବା ସହିତ ବେରୋଜଗାର ମହିଳା କର୍ମସଂସ୍ଥାନ ପାଇ ସଶକ୍ତ ହୋଇପାରିଛନ୍ତି।

ଓଡିଶା ସରକାରଙ୍କ ଦ୍ଵାରା ୨୦୧୯ ମସିହାରେ ଭଗାମୁଣ୍ଡା ସମବାୟ ସମିତି ଠାରେ ଟସର ଶିଲ୍କ ପାର୍କ ଉଦ୍ଘାଟନ କରି ୧୦୦ ଗୋଟି ସୌରଚାଳିତ ରିଲିଗଂ ମେସିନ, ୧୦ ଟି କେ ରି- ରିଲିଗଂ ମେସିନ, ୫ ଟି ଡି-ଫ୍ଲୋସିଙ୍ଗ ମେସିନ, ୨ ଟି ବୁକ୍ ମେକିଗଂ ମେସିନ ଓ ଗୋଟିଏ ଡିଜିଟାଲ ଟେକ୍ସଟାଇଲ ପ୍ରିଣ୍ଟିଙ୍ଗ ମେସିନ ଯୋଗାଇ ଦେଇଛନ୍ତି।

ଟସର ଚାଷୀକୁ ଉତ୍ସାହିତ କରିବା ପାଇଁ ସେରିକଲଚର କେନ୍ଦୁଝର ଓ ଏନଜିଓମାନଙ୍କର ସହଭାଗୀତାରେ ହରିଚନ୍ଦନପୁର ଓ ବାଶଂପାଳ ବ୍ଲକ ରେ ୬୦୦ ହେକ୍ଟର ଜମିରେ ଟସର ଉତ୍ପାଦନ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ରୁ ୧୪.୭ କୋଟି ମଂଜୁର ହୋଇଥିଲା। ଅସନ ଓ ଅଜୃନ ଗଛର ଚାରା ପାଇଁ ଦୁଇ ମେଗା ନର୍ସରୀ ଚୁଲି ୬.୨ କୋଟି ଏବଂ ଦୁଇଟି କୋକୋଆ ମଣିଷ ଉତ୍ପାଦନ ପାଇଁ ସଂସ୍ଥାକୁ ୪.୭୬ କୋଟି ଟଙ୍କାର ନିବେଶ ମିଳିଛି।