Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦୁଝର ଜିଲ୍ଲାର ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା
ଜାତୀୟ ଖବର

କେନ୍ଦୁଝର ଜିଲ୍ଲାର ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା

August 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରମୋଦ କୁମାର ମହାକୁଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟସର ଚାଷୀ ସମବାୟ ସମିତି ଭଗାମୁଣ୍ଡା ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀର ଅନଲାଇନ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା ସ୍ଵାକ୍ଷର ହୋଇଛି। ଆଜିର ଦିନରେ ପ୍ରତେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ ବା ଯେକୌଣସି ସାମଗ୍ରୀର ବିକ୍ରି ପାଇଁ ଅନଲାଇନ ସୁବିଧା ହୋଇପାରିଛି। ଘରେ ବସି ମଣିଷ ଯେକୌଣସି ପସନ୍ଦର ଜିନିଷ ଉଚିତ୍ ମୂଲ୍ୟରେ କିଣିପାରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଟସର ଚାଷୀ ସମବାୟ ସମିତି ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀକୁ ଖାଉଟି ନିକଟକୁ ପହଞ୍ଚାଇବା ପାଇଁ ଅନଲାଇନ ମାଧ୍ୟମରେ ସୁଯୋଗ ସୃଷ୍ଟି କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ସମିତିର ଚାଷୀ, ହିତାଧିକାରୀ, କର୍ମଚାରୀ, ସହଯୋଗ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଥାଉକି, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଠାରେ ପ୍ରାୟ ୧୫୦୦ ଟସର ଚାଷୀକୁ ନେଇ ଟସର ଚାଷୀ ସମବାୟ ସମିତି ସ୍ଥାପନ ହୋଇଥିଲା। ଏ ଅଚଂଳରେ ସିମୀତ ଜୀବିକା ଓ ଅର୍ଥ ଉପାର୍ଜନର ପର୍ଯ୍ୟାପ୍ତ ମାଧ୍ୟମ ଉପଲବ୍ଧ ନ ଥିବା ଯୋଗୁଁ ଏବଂ ଅନ୍ୟ ପଟରେ ଟସର ଉତ୍ପାଦନ ଓ ଚାହିଦା ବଢିବା ଯୋଗୁଁ ୨୦୦୦ ମସିହାରେ ସେହି ହରିଚନ୍ଦନପୁର ବ୍ଲକ ରେ ଆଉ ୪ ଗୋଟି ସମବାୟ ସମିତି ସ୍ଥାପନ ହୋଇଥିଲା।

୩୦୦୦ ରୁ ଅଧିକ ଟସର ଚାଷୀ ସହଯୋଗ ଯୋଗୁଁ ପ୍ରାୟ ୩୦୦ ଜଣ ସ୍ଥାନୀୟ ଗ୍ରାମୀଣ ମହିଳାମାନେ ସୂତା କାଟିବା, ବୁଣିବା, ଫେବ୍ରିକ ପେଣ୍ଟିଙ୍ଗ, ଏମ୍ବ୍ରୋଡୋରୀ ପ୍ରଶିକ୍ଷଣ ନେଇ ନିଜକୁ ଟସର କାମରେ ନିୟୋଜନ ହୋଇଛନ୍ତି। ମୂଲ୍ୟଯୁକ୍ତ ଟସର ଉତ୍ପାଦନ ରେ ଜଡିତ ଲୋକ ମାନଙ୍କ ଜୀବନ ଜୀବିକା ବଦଳିବା ସହିତ ବେରୋଜଗାର ମହିଳା କର୍ମସଂସ୍ଥାନ ପାଇ ସଶକ୍ତ ହୋଇପାରିଛନ୍ତି।

ଓଡିଶା ସରକାରଙ୍କ ଦ୍ଵାରା ୨୦୧୯ ମସିହାରେ ଭଗାମୁଣ୍ଡା ସମବାୟ ସମିତି ଠାରେ ଟସର ଶିଲ୍କ ପାର୍କ ଉଦ୍ଘାଟନ କରି ୧୦୦ ଗୋଟି ସୌରଚାଳିତ ରିଲିଗଂ ମେସିନ, ୧୦ ଟି କେ ରି- ରିଲିଗଂ ମେସିନ, ୫ ଟି ଡି-ଫ୍ଲୋସିଙ୍ଗ ମେସିନ, ୨ ଟି ବୁକ୍ ମେକିଗଂ ମେସିନ ଓ ଗୋଟିଏ ଡିଜିଟାଲ ଟେକ୍ସଟାଇଲ ପ୍ରିଣ୍ଟିଙ୍ଗ ମେସିନ ଯୋଗାଇ ଦେଇଛନ୍ତି।

ଟସର ଚାଷୀକୁ ଉତ୍ସାହିତ କରିବା ପାଇଁ ସେରିକଲଚର କେନ୍ଦୁଝର ଓ ଏନଜିଓମାନଙ୍କର ସହଭାଗୀତାରେ ହରିଚନ୍ଦନପୁର ଓ ବାଶଂପାଳ ବ୍ଲକ ରେ ୬୦୦ ହେକ୍ଟର ଜମିରେ ଟସର ଉତ୍ପାଦନ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ରୁ ୧୪.୭ କୋଟି ମଂଜୁର ହୋଇଥିଲା। ଅସନ ଓ ଅଜୃନ ଗଛର ଚାରା ପାଇଁ ଦୁଇ ମେଗା ନର୍ସରୀ ଚୁଲି ୬.୨ କୋଟି ଏବଂ ଦୁଇଟି କୋକୋଆ ମଣିଷ ଉତ୍ପାଦନ ପାଇଁ ସଂସ୍ଥାକୁ ୪.୭୬ କୋଟି ଟଙ୍କାର ନିବେଶ ମିଳିଛି।

କେନ୍ଦୁଝର ଜିଲ୍ଲା ଫ୍ଲିପକାର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026

ବ୍ରହ୍ମପୁର ରେଳ ଷ୍ଟେସନର ହେବ ଆଧୁନିକୀକରଣ; ୩ଟି ନୂଆ ଲାଇନ ସହ ଦକ୍ଷିଣ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ

April 22, 2026
Latest News

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.