ଚ଼ିଲିକାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ

Published: Apr 18, 2024, 11:24 pm IST

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବିଜେଡ଼ି ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସେମାନେ ସାମିଲ୍ ହୋଇଛନ୍ତି। ବିଷ୍ଣୁଡ଼ିହ ପଞ୍ଚାୟତ, ଡ଼ୁଙ୍ଗମାଳ ପଞ୍ଚାୟତ, ବଡ଼କୂଳ ପଞ୍ଚାୟତ ଓ ମାନସିଂହପୁର ପଞ୍ଚାୟତର‌ ମିଶିଥିବା ସମସ୍ତ ବିଜେଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ଶ୍ରୀ ହରିଚ଼ନ୍ଦନ ସ୍ବାଗତ କରିଛନ୍ତି।

ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷଅରୁଣ ପଟ୍ଟନାୟକ, ବଡ଼କୂଳ ମଣ୍ଡଳ ଭାଜପା ସଭାପତି ଦିଲ୍ଲିପ ମହାନ୍ତି, ସଂଗଠକ ରାଜେଶ ନାୟକ, ତପନ ପ୍ରଧାନ, ମାନସିଂହପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ବିଜେପି ନେତ୍ରୀ ମମତା ପରିଡ଼ା, କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କର୍ମକର୍ତ୍ତା ମାନେ ଦଳରେ ସାମିଲ୍ ହେବା ଦ୍ବାରା ଦଳର ସଂଗଠନ ତୃଣମୂଳ ସ୍ତରରେ ଆହୁରି ସଶକ୍ତ ହେବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ମତ ପ୍ରକାଶ କରିଥଲେ।

Related posts