Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳତ୍ୟାଗି ବିଜେଡି ନେତା ବିଜେପିରେ ଅଲୋଡା: ଦଳ ଛାଡିଲେ ପ୍ରତାପ
ଆଜିର ଖବର

ଦଳତ୍ୟାଗି ବିଜେଡି ନେତା ବିଜେପିରେ ଅଲୋଡା: ଦଳ ଛାଡିଲେ ପ୍ରତାପ

March 4, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭଦ୍ରକ: ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଧକାଂଶ ବିଜେଡି ନେତା ଏବେ ବିଜେପିରେ ଅଲୋଡା ହୋଇ ପଡିଛନ୍ତି। ନିର୍ବାଚନ ବେଳେ ଦଳ ସେମାନଙ୍କୁ ଯେଭଳି ଗୁରୁତ୍ୱ ଦେଇ ନିଜ ଦଳକୁ ନେଇଥିଲା ନିର୍ବାଚନ ସରିଯିବା ପରେ ଏବେ ସେମାନେ ଦଳରେ ଅଲୋଡା ହୋଇ ପଡିଛନ୍ତି। ଦଳରେ ଥାଇ ମଧ୍ୟ ସେମାନଙ୍କୁ ଦଳରେ ଅନୁରୁପ ଗୁରୁତ୍ୱ ଦିଆଯାଉନଥିବା ବେଳେ ଦଳର ସାଙ୍ଗଠନିକ କାର୍ଯ୍ୟ ହେଉ ଅଥବା ନିଷ୍ପତ୍ତି ହେଉ କେଉଁଥିରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉନାହିଁ। ପରନ୍ତୁ ସେମାନଙ୍କୁ ଦଳରେ ଏକ ଅଦରକାରୀ ଏବଂ ତଳସ୍ତରର ନେତାଭାବେ ଗଣା ହେଉଛି।

ଫଳରେ ସେମାନେ ଏହି ଦଳରେ ଆଉ ସେମାନଙ୍କୁ ନିରାପଦ ମନେ ନକରି ଦଳ ଛାଡିବାକୁ ବାଧ୍ୟ ହେଉଥିବା କଥା ନିଜର ଶହସ୍ରାଧିକ ସମର୍ଥକଙ୍କ ସହ ଦଳ ଛାଡିଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରତାପ ଧଳ ଅଭିଯୋଗ କରିଛନ୍ତି।

ଗତ ସାଧାରଣ ନିର୍ବାଚନ ବେଳେ ନିଜ ଦଳ ବିଜେଡିରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଦଳତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ବରିଷ୍ଟ ନେତା ପ୍ରତାପ ଧଳଙ୍କର ବିଜେପିରେ ସାମିଲ ହେବା ଇତିମଧ୍ୟରେ ଦୁଇବର୍ଷ ବିତିଲାଣି। ହେଲେ ଏହି ଦୁଇବର୍ଷ ମଧ୍ୟରେ ଦଳ ତାଙ୍କୁ ସାଙ୍ଗଠନିକ କ୍ଷେତ୍ରରେ ହେଉ ଅଥବା ରାଜନୈତିକ ଥଇଥାନ କ୍ଷେତ୍ରରେ ହେଉ ତଙ୍କୁ ଅନୁରୁପ ଗୁରୁତ୍ୱ ଦେଇନଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ ଏହି ଦଳ ଏବେ ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ଇଙ୍ଗିତରେ ପରିଚାଳିତ ହେଉଛି। ଦଳିୟ ନେତା ମାନେ ଦଳିୟ ସ୍ୱାର୍ଥ ଅପେକ୍ଷା ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ସେବା କରିବାର ପରିକଳ୍ପନା ନେଇ ରାଜନୀତି କରୁଥିବା ତାଙ୍କ ଭଳି ଜଣେ ନେତାଙ୍କର ଦଳରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

ଚାନ୍ଦବାଲି ବ୍ଲକ ଯଶୀପୁର ପଂଚାୟତ ବାରାକୋଲା ଗାଁ ମୁଣ୍ଡରେ ଅନୁଷ୍ଠିତ ଏକ ସମାବେଶରେ ନିଜର ଶହସ୍ରାଧିକ ସମର୍ଥକଙ୍କ ଗହଣରେ ପ୍ରତାପ ବିଜେପି ଛାଡୁଥିବା କଥା ଘୋଷଣା କରିଛନ୍ତି। ତେବେ ବିଜେପି ଛାଡିବା ପରେ ସେ ତାଙ୍କର ମୁଳ ଦଳ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବେ ଅଥବା ନାହିଁ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବଶିଘ୍ର ସେ ତାଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏଥିନେଇ ପ୍ରତାପ କୌଣସି ସ୍ପଷ୍ଟ ସୁଚନା ଦେଇନଥିଲେ ମଧ୍ୟ ଏହି ମାମଲାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଦଳିୟ ନେତା ତଥା ବିଧାୟକ ବ୍ୟମୋକେଶଙ୍କ ସବୁଜ ସଙ୍କେତ ରହିଥିବା ଚର୍ଚ୍ଚା ହେଉଛି।

ଗତ ସାଧାରଣ ନିର୍ବାଚନ ବେଳେ ଚାନ୍ଦବାଲି ପଞ୍ଚାୟତ ସମିତି ନିର୍ବାଚନ ଏବଂ ବିଜେଡି ବ୍ଲକ ସଭାପତି ମନୋନୟନକୁ ନେଇ ବିଧାୟକ ବ୍ୟମୋକେଶଙ୍କ ସହିତ ରାଜନୈତିକ ମନାନ୍ତର ଯୋଗୁ ପ୍ରତାପ ଦଳଛାଡି ବିଜେପିରେ ଯୋଗ ଦେଇଥିଲେ।

କେବଳ ପ୍ରତାପ ନୁହଁନ୍ତି ବିରୋଧି ବିଜେପି ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛନ୍ତି ବନ୍ତ ବ୍ଲକ ଅଧକ୍ଷ ଦେବେନ୍ଦ୍ର ଜେନା। ଗତ ନିର୍ବାଚନ ସମୟରେ ଦଳର ଜିଲ୍ଳା ସଭାପତି ଅର୍ଜ୍ଜୁନ ସେଠୀଙ୍କ ସହିତ ବିଜେଡି ତ୍ୟାଗକରି ବିଜେପିରେ ସାମିଲ ହୋଇଥିଲେ। ହେଲେ ନିର୍ବାଚନ ସରିଯିବା ପରେ କ୍ଷମତାରେ ଥାଇ ମଧ୍ୟ ଦଳରେ ସେ ଅଲୋଡା ହୋଇ ପଡିଥିଲେ। ଦୀର୍ଘ ଦିନ ଧରି ପ୍ରବଳ ମାନସିକ ଚାପ ମଧ୍ୟରେ ରହି ଶେଷରେ ଗତ କିଛିଦିନ ତଳେ ନିଜର ମୁଳ ଦଳ ବିଜେଡିକୁ ଫେରି ଆସିଛନ୍ତି।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ନିର୍ବାଚନ ବେଳେ ଭଦ୍ରକ ଜିଲ୍ଳା ବିଜେଡି ସଭାପତି ତଥା ଦଳର ବରିଷ୍ଟ ସାଂସଦ ଅର୍ଜୁନ ସେଠୀ ଦଳିୟ ଅସନ୍ତୋଷର ଶିକାର ହୋଇ ଦଳଛାଡି ବିଜେପିରେ ସାମିଲ ହୋଇ ନିଜ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଟିକେଟରୁ ଭଦ୍ରକ ସଂସଦୀୟ ନିର୍ବାଚନ ଲଢାଇ ଅଳ୍ପକେ ବିଜୟରୁ ବଂଚିତ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଯୁବନେତା ଅଭିମନ୍ୟୁଙ୍କୁ ବିଜେପିରେ ଅନୁରୁପ ଗୁରୁତ୍ୱ ଦିଆଯାଉଥିବା ଭଳି ମନେ କରାଯାଇ ପାରୁ ନାହିଁ। ଦଳ ତାଙ୍କୁ ରାଜ୍ୟ ସ୍ତରରେ ଏକ ପଦବୀ ଦେଇ କେବଳ ଥଇଥାନ କରିଛନ୍ତି ସତ ହେଲେ ଜିଲ୍ଲା ବିଜେପି ରାଜନୀତିରେ ସେ ସଂପୁର୍ଣ୍ଣ ଆଲୋଡା ହୋଇ ପଡିଥିବା ମନେ ହେଉଛି।

କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ପୁଣି ଭଦ୍ରକ ସଂସଦୀୟ ଆସନରେ ଦଳିୟ ପ୍ରାର୍ଥି କରିବ ଅଥବା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଯଦି ଏହି ସୁଯୋଗ ନଦିଏ ତେବେ ବିଜେପିରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସଂଶୟ ସୃଷ୍ଟି ହୋଇଛି। କାରଣ ଗତ ନିର୍ବାଚନ ବେଳେ ଅଭିମନ୍ୟୁଙ୍କୁ କେନ୍ଦ୍ରିୟ ସୁପାରିସ ମୁଳେ ଏହି ଟିକେଟ ମିଳିଥିଲେ ମଧ୍ୟ ଜିଲ୍ଲା ସ୍ତରରେ କିଛି ଦଳିୟ ନେତାଙ୍କର ଏଥିପ୍ରତି ସମର୍ଥନ ନଥିଲା।

ଅନ୍ୟପକ୍ଷରେ ଆଗାମୀ ପୌର, ପଂଚାୟତ ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ଦଳର ଏହି ଭଳି ଆଗଧାଡିର ନେତାଙ୍କ ଦଳ ତ୍ୟାଗ ଏବଂ ମୂଳଦଳକୁ ପ୍ରତ୍ୟାବର୍ତ୍ତନ ବିଜେପି ପାଇଁ ହାନିକାରକ ସାବ୍ୟସ୍ତ ହୋଇ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025
Latest News

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.