
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୌର ନିର୍ବାଚନ ହେବେ। ଏ ନେଇ ପ୍ରକ୍ରିୟା ଚାଲିଛି। ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି। ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଅପରପକ୍ଷରେ ପୌର ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ ରାଜ୍ୟରେ ୧୧୬ଟି ପୌର ସଂସ୍ଥା ଅଛି। ୧୧୪ଟି ରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ୨୦୧୮ରେ ହିନ୍ଦୋଳ ଓ ଅତବିରା ଏନଏସି ନିର୍ବାଚନ ହୋଇଛି। ସେମାନଙ୍କ କାର୍ଯ୍ୟକାଳ ୨୦୨୩ରେ ସରିବ। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କ। ସେମାନେ ଏହି କାମ ଯେତେ ଶୀଘ୍ର ସାରି ଆମକୁ ଚୂଡାନ୍ତ ରିପୋର୍ଟ ଦେବା ପରେ ଆମେ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ନିର୍ବାଚନ କରିବୁ ବୋଲି ସେ ସୂଚନା ଦେଇଛନ୍ତି।