ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିବା ସମ୍ଭାବନା

Published: Mar 12, 2021, 5:49 pm IST

ଭୁବନେଶ୍ୱର: ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିପାରେ। ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି। ପୂର୍ବତଟ ରେଳବାଇରେ ୮୨ ଯୋଡ଼ା ଏକ୍ସପ୍ରେସ ଟ୍ରେନ ଚାଲୁଥିବା ବେଳେ କରୋନା ଯୋଗୁଁ ୫୯ ଟି ଟ୍ରେନ ଚାଲୁଛି।

ସେହିପରି ରାଜ୍ୟରେ ପାସେଞ୍ଜର ଟ୍ରେନ ୨୯ ଟି ଚାଲୁଥିବା ବେଳେ କରୋନା କଟକଣା ଯୋଗୁଁ ସମସ୍ତ ଟ୍ରେନ ବନ୍ଦ ଅଛି। ତେବେ ଆସନ୍ତା ମାସରୁ ସବୁ ଟ୍ରେନ ଚାଲିବ ବୋଲି କୈଶଳେନ୍ଦ୍ର କେ. ଖାଡଙ୍ଗା ସୂଚନା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳବାଇ ବୋର୍ଡର ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କୈଶଳେନ୍ଦ୍ର ସ୍ପଷ୍ଟ କରିଛନ୍ତି।

Related posts