Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ କାଳୁପଡ଼ାଘାଟରେ ରହଣୀ କଲା ରାଜ୍ୟରାଣୀ ଏକ୍ସପ୍ରେସ: ସ୍ୱାଗତ କଲେ ବିଜେପି ନେତା

ଖୋର୍ଦ୍ଧା: ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଷ୍ଟେସନରେ ଆଜିଠାରୁ ରହଣୀ କରିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ। ଆଜି ସକାଳେ ଆନୁଷ୍ଠାନିକ ଭାବେ ରାଜ୍ୟରାଣୀ ଏକ୍ସପ୍ରେସକୁ କାଳୁପଡ଼ା ଘାଟ ରେଳ ଷ୍ଟେସନ ପରିସରରେ ଉଦଘାଟନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ରେଳ ୟୁଜର୍ସ ଆସୋସିଏସନ କାଳୁପଡ଼ାଘାଟ ସଭାପତି ପ୍ରଫେସର ଚନ୍ଦ୍ରକାନ୍ତ ପାଇକରାୟ ଏବଂ ଶହ ଶହ ସଂଖ୍ୟାରେ ଉତ୍ସାହିତ ଅଞ୍ଚଳବାସୀ ଟ୍ରେନ ରହଣୀକୁ ସ୍ୱାଗତ କରିଥିଲେ।

ଏହି ସମାବେଶରେ ବିଗତ ଦୁଇ ଦିନ ତଳେ ବାଲେଶ୍ଵର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ଏବଂ ସମୂହ ଦୀପ ଦାନ କରାଯାଇଥିଲା। ଗୁରୁତର ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହରିବୋଲ ହୁଳହୁଳି ଦେଇ ଟ୍ରେନ ରହଣୀକୁ ସ୍ୱାଗତ କରିଥିଲେ ଅଞ୍ଚଳବାସୀ। ଟ୍ରେନ ରହଣି ନିମନ୍ତେ ଡଃ ସମ୍ବିତ ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଜନସାଧାରଣ।

ଏଥିସହିତ ଆଗାମି ଦିନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ନେଇ ପ୍ରଚେଷ୍ଟା ଜାରି ରହିଥିବାର ଡ଼ା ପାତ୍ର ସୂଚନା ଦେଇଥିଲେ। ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ କାଳୁପଡ଼ାଘାଟ ରେଳ ଷ୍ଟେସନରେ ପ୍ରତିଦିନ ସକାଳ ୦୭:୧୩ ମିନିଟ ସମୟରେ ପହଞ୍ଚିବାକୁ ଥିବାବେଳେ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ପ୍ରତିଦିନ ରାତ୍ର ୦୮:୪୮ ମିନିଟରେ ପହଞ୍ଚିବ। ଏଥିପାଇଁ ଯାତ୍ରୀମାନେ ଆଜିଠାରୁ ସରଂକ୍ଷିତ ଏବଂ ତତ୍କାଳ ଟିକେଟ କାଟି ପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ପଟ୍ ଚିତ୍ରାଙ୍କନ, ପେଣ୍ଟିଂ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆଜି ସ୍ପଟ୍ ଚିତ୍ରାଙ୍କନ, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଜୋନାଲ ସ୍ତରର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରିଛି। ରେଳ କର୍ମଚାରୀଙ୍କ ପିଲାମାନଙ୍କ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।

ଏହି ଅବସରରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ରାଧା ସୁନକର, ପ୍ରତିଯୋଗିତାର ବିଜେତାମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଅନୁପମା ଶ୍ରୀବାସ୍ତବ, ଉପଧକ୍ଷା, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଏବଂ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ଖେଳ

ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ

ଭୁବନେଶ୍ବର: ଆଜି ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ସ୍ଥାନୀୟ ରେଳବାଇ ଇନଡୋର ଷ୍ଟାଡିୟମରେ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି। ମଞ୍ଚେଶ୍ୱର ରେଳଡବା କାରଖାନାର ମୂଖ୍ୟ କାରଖାନା ପ୍ରବନ୍ଧକ ସୁବାସ ଚନ୍ଦ୍ର କର ମହୋଦୟ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହି କ୍ରୀଡାର ଶୁଭାରମ୍ଭ କରିଥିଲେ।

ଏହି ଉତ୍ସବରେ ମଞ୍ଚେଶ୍ୱର କ୍ରୀଡା ଅଧିକାରୀ ରମେଶ କାମିନୀ ସମେତ ଅନ୍ୟ ଅଧିକାରୀଗଣ, ବିଭିନ୍ନ ସଂଗଠନର ନେତୃବୃନ୍ଦ, ମଞ୍ଚେଶ୍ୱର କ୍ରୀଡା ସଚିବ କାର୍ତ୍ତିକ ଚନ୍ଦ୍ର ମଲିକ, କୋଷାଧ୍ୟକ୍ଷ ଟି. ବିଜୟ କୁମାର ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି କ୍ରୀଡାରେ ମଞ୍ଚେଶ୍ୱର କାରଖାନାର ଅଶୀରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କର ଉତ୍ତରାଧିକାରୀ ଭାଗ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା କଟକଣା: ଏଣିକି ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ରେଳବାଇ

ଭୁବନେଶ୍ବର, କୋଭିଡ୍ -୧୯ ମହାମାରୀ ସମୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ସାଧାରଣ ଜନତା ବିଶେଷକରି ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀମାନେ ଷ୍ଟେସନ୍ ପରିସରରେ ଏବଂ ଟ୍ରେନ୍ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବରେ ଫେସ୍ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କୋଭିଡ ନିୟମାବଳୀ ଅନୁସରଣ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଅଛି।

ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ରେଳ ବ୍ୟବହାରକାରୀ କିମ୍ବା ରେଳ ଯାତ୍ରୀ ମାସ୍କ ନ ପିନ୍ଧନ୍ତି କିମ୍ବା ସଠିକ ଭାବେ ମାସ୍କ ବ୍ୟବହାର କରୁ ନ ଥାନ୍ତି ତାହେଲେ ସେମାନେ ଛେପ ପକାଇବା ଏବଂ ସମାନ ପ୍ରକୃତିର କାର‌୍ୟ୍ୟ ଯାହାକି ଅପରିଷ୍କାର କରିବା କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି କରି ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମ ଆଧାରରେ ପରିଗଣିତ ହେବେ। କୋଭିଡ ମହାମାରୀଙ୍କୁ ନିୟନ୍ତ୍ରଣ କରିବାକୁ ଷ୍ଟେସନ ପରିସରରେ ଏବଂ ଟ୍ରେନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଜରୁରୀ ଅଟେ ଏବଂ ରେଳବାଇ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରାଯାଇଅଛି।

ତେଣୁ ରେଳ ପରିସର ଏବଂ ଟ୍ରେନରେ ସମସ୍ତ ବ୍ୟକ୍ତି ବିଶେଷ ଭାବେ ରେଳ ବ୍ୟବହାରକାରୀ ଏବଂ ଯାତ୍ରୀ ମାନେ ମାସ୍କ ପିନ୍ଧିବା ନିଶ୍ଚିତ କରିବାକୁ ରେଳବାଇ ପକ୍ଷରୁ ରେଳ ପରିସର ଏବଂ ଟ୍ରେନରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ପର‌୍ୟ୍ୟନ୍ତ ଜୋରିମାନା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି।

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରେଳବାଇ ମଧ୍ୟ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ ପଦକ୍ଷେପ ନେଇଛି।

ପୂର୍ବତଟ ରେଳପଥ ଏହାର ସମସ୍ତ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ଷ୍ଟେସନ ପରିସର ଏବଂ ଟ୍ରେନରେ ଫେସ୍ ମାସ୍କ କିମ୍ବା ଫେସ୍ କଭର ପିନ୍ଧିବା ପାଇଁ ତଥା କରୋନା ଭୁତାଣୁକୁ ସଂକ୍ରମଣ ନ କରାଇବା ପାଇଁ କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି ନକରିବାକୁ ନିବେଦନ କରିଛି। ଯାହା ଦ୍ୱାରା ଜୀବନ ତଥା ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଥିବା ମହାମାରୀଙ୍କୁ ଏଡାଇ ଦିଆଯାଇ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିବା ସମ୍ଭାବନା

ଭୁବନେଶ୍ୱର: ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିପାରେ। ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି। ପୂର୍ବତଟ ରେଳବାଇରେ ୮୨ ଯୋଡ଼ା ଏକ୍ସପ୍ରେସ ଟ୍ରେନ ଚାଲୁଥିବା ବେଳେ କରୋନା ଯୋଗୁଁ ୫୯ ଟି ଟ୍ରେନ ଚାଲୁଛି।

ସେହିପରି ରାଜ୍ୟରେ ପାସେଞ୍ଜର ଟ୍ରେନ ୨୯ ଟି ଚାଲୁଥିବା ବେଳେ କରୋନା କଟକଣା ଯୋଗୁଁ ସମସ୍ତ ଟ୍ରେନ ବନ୍ଦ ଅଛି। ତେବେ ଆସନ୍ତା ମାସରୁ ସବୁ ଟ୍ରେନ ଚାଲିବ ବୋଲି କୈଶଳେନ୍ଦ୍ର କେ. ଖାଡଙ୍ଗା ସୂଚନା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳବାଇ ବୋର୍ଡର ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କୈଶଳେନ୍ଦ୍ର ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ ଦିଆଯିବ କୋଭିଡ୍ ଟୀକା

ଭୁବନେଶ୍ୱର: ପୂର୍ବତଟ ରେଳବାଇର ଅବସର ପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ୬୦ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କୁ ଭୁବନେଶ୍ୱରର ମେଂଚଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ କୋଭିଡ୍ ଟୀକା ପ୍ରଦାନ କରାଯିବ।

ଅବସରପ୍ରାପ୍ତ ରେଳବାଇ କର୍ମଚାରୀମାନେ ସରକାରୀ ଛୁଟି ଦିନ ବ୍ୟତୀତ ସପ୍ତାହର ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ କେନ୍ଦ୍ରୀୟ ଚିକିତ୍ସାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଅଛି।

ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ (ବାଧ୍ୟତାମୂଳକ), ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଆରଇଏଲଏଚଏସ୍ କାର୍ଡ ପଞ୍ଜିକରଣ ସମୟରେ ଦାଖଲ କରିବା ସହିତ ଓଟିପି ପାଇଁ ସେମାନଙ୍କର ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ପାଖରେ ରଖିବା ଉଚିତ୍ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।