Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା କଟକଣା: ଏଣିକି ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ରେଳବାଇ
ଜାତୀୟ ଖବର

କରୋନା କଟକଣା: ଏଣିକି ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ରେଳବାଇ

April 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କୋଭିଡ୍ -୧୯ ମହାମାରୀ ସମୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ସାଧାରଣ ଜନତା ବିଶେଷକରି ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀମାନେ ଷ୍ଟେସନ୍ ପରିସରରେ ଏବଂ ଟ୍ରେନ୍ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବରେ ଫେସ୍ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କୋଭିଡ ନିୟମାବଳୀ ଅନୁସରଣ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଅଛି।

ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ରେଳ ବ୍ୟବହାରକାରୀ କିମ୍ବା ରେଳ ଯାତ୍ରୀ ମାସ୍କ ନ ପିନ୍ଧନ୍ତି କିମ୍ବା ସଠିକ ଭାବେ ମାସ୍କ ବ୍ୟବହାର କରୁ ନ ଥାନ୍ତି ତାହେଲେ ସେମାନେ ଛେପ ପକାଇବା ଏବଂ ସମାନ ପ୍ରକୃତିର କାର‌୍ୟ୍ୟ ଯାହାକି ଅପରିଷ୍କାର କରିବା କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି କରି ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମ ଆଧାରରେ ପରିଗଣିତ ହେବେ। କୋଭିଡ ମହାମାରୀଙ୍କୁ ନିୟନ୍ତ୍ରଣ କରିବାକୁ ଷ୍ଟେସନ ପରିସରରେ ଏବଂ ଟ୍ରେନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଜରୁରୀ ଅଟେ ଏବଂ ରେଳବାଇ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରାଯାଇଅଛି।

ତେଣୁ ରେଳ ପରିସର ଏବଂ ଟ୍ରେନରେ ସମସ୍ତ ବ୍ୟକ୍ତି ବିଶେଷ ଭାବେ ରେଳ ବ୍ୟବହାରକାରୀ ଏବଂ ଯାତ୍ରୀ ମାନେ ମାସ୍କ ପିନ୍ଧିବା ନିଶ୍ଚିତ କରିବାକୁ ରେଳବାଇ ପକ୍ଷରୁ ରେଳ ପରିସର ଏବଂ ଟ୍ରେନରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ପର‌୍ୟ୍ୟନ୍ତ ଜୋରିମାନା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି।

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରେଳବାଇ ମଧ୍ୟ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ ପଦକ୍ଷେପ ନେଇଛି।

ପୂର୍ବତଟ ରେଳପଥ ଏହାର ସମସ୍ତ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ଷ୍ଟେସନ ପରିସର ଏବଂ ଟ୍ରେନରେ ଫେସ୍ ମାସ୍କ କିମ୍ବା ଫେସ୍ କଭର ପିନ୍ଧିବା ପାଇଁ ତଥା କରୋନା ଭୁତାଣୁକୁ ସଂକ୍ରମଣ ନ କରାଇବା ପାଇଁ କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି ନକରିବାକୁ ନିବେଦନ କରିଛି। ଯାହା ଦ୍ୱାରା ଜୀବନ ତଥା ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଥିବା ମହାମାରୀଙ୍କୁ ଏଡାଇ ଦିଆଯାଇ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

କରୋନା କଟକଣା ପୂର୍ବତଟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.