Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପାଳ ଓ କମିଶନର ନାମରେ ମାମଲା ରୁଜୁ କରିବା ନେଇ ଭାରତୀୟ ବିକାଶ ପରିଷଦ ଥାନାର ଦ୍ୱାରସ୍ଥ
ଆଜିର ଖବର

ଜିଲ୍ଲାପାଳ ଓ କମିଶନର ନାମରେ ମାମଲା ରୁଜୁ କରିବା ନେଇ ଭାରତୀୟ ବିକାଶ ପରିଷଦ ଥାନାର ଦ୍ୱାରସ୍ଥ

March 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମହାମାରୀ ଆଇନ ଏବଂ ସନାତନ ହିନ୍ଦୁ ଧର୍ମ ଶହଶହ ବର୍ଷର ଧାର୍ମିକ ଭାବନା ଓ ପ୍ରଥାକୁ ଅବଜ୍ଞା କରିବା ଅଭିଯୋଗରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ନାମରେ ମାମଲା ରୁଜୁ କରିବାକୁ ଭାରତୀୟ ବିକାଶ ପରିଷଦ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛି।

ପରିଷଦ ଅଭିଯୋଗ କରିଛି ଯେ, ଗଂଜାମ ଜିଲ୍ଲାରେ ବହୁ ବର୍ଷରୁ ପ୍ରଚଳିତ ଦଣ୍ଡନାଟ, ମା’ ଠାକୁରାଣୀ ଯାତ୍ରା, ଶିବରାତ୍ରୀ ଆଦିକୁ ବନ୍ଦ କରିବାକୁ ହୀନ ପ୍ରୟାସ କରି ନିକଟରେ ରାମଲିଙ୍ଗଶ୍ୱେର ମହୋତ୍ସବ, ଜଉଗଡ଼ ମହୋତ୍ସବ ଏବଂ ଅନ୍ୟାନ୍ୟ ମହୋତ୍ସବ ପ୍ରଶାସନର ଇଙ୍ଗିତରେ ଅନୁଷ୍ଠିତ ହେଉଛି। କିନ୍ତୁ କରୋନା କଟକଣାକୁ ଦ୍ୱାହି ଦେଇ ହିନ୍ଦୁଧର୍ମର ଧାର୍ମିକ ପରମ୍ପରା ଏବଂ ରୀତିନୀତିକୁ ପାଦ ତଳେ ଚାପି ଦିଆଯାଉଛି।

ଗତ ଶିବରାତ୍ରି ଦିନ ହଜାର ହଜାର ଲୋକଙ୍କ ଗହଳି ଚହଳି ମଧ୍ୟରେ ରାମଲିଙ୍ଗେଶ୍ୱର ମହୋତ୍ସବ ଆୟୋଜିତ ହୋଇଛି। ଯାହାଫଳରେ ଗତକାଲି ବ୍ରହ୍ମପୁର ସହରରେ ପୁଣିଥରେ କରୋନାର ଲେଟଟାଣି ହୋଇ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇ ଅଫିସର ଗଂଜାମ ଜିଲ୍ଲାର ଶତ୍ରୁ ରୂପେ ପରିଚିତ ଓ ନିଜ ସ୍ୱାର୍ଥ ପାଇଁ ଜିଲ୍ଲାର ସାମୂହିକ ସ୍ୱାର୍ଥର ପରିପନ୍ଥି ବୋଲି ପରିଷଦ ଅଭିଯୋଗ କରିଛି।

ତେଣୁ ଜିଲ୍ଲାପାଳ ଏବଂ କମିଶନର ମହାମାରୀ ଆଇନର ଅବଜ୍ଞା, ହିନ୍ଦୁଧର୍ମର ଦେବାଦେବୀ ପରମ୍ପରା ପ୍ରତି କୁଠାରାଘାତ, ସାମ୍ବିଧାନିକ ପଦର ଅପବ୍ୟବହାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦେଶକୁ ଅବମାନନା, ଜିଲ୍ଲାର କରୋନାର ପ୍ରସାର ପାଇଁ ତୁରନ୍ତ ଏଫ୍‌ଆଇଆର୍ ରୁଜୁ କରି ଗିରଫ କରିବା ପାଇଁ ପରିଷଦ ଦାବି କରିଛି।

ଯଦି ତିନିଦିନ ମଧ୍ୟରେ ଏପ୍‌ଆଇଆର୍ ରୁଜୁ କରି ଗିରଫ କରାନଯାଏ, ତେବେ ପରିଷଦ ବ୍ରହ୍ମପୁର ଡ଼ିଆଇଜି ଅଫିସ୍ ଘେରାଉ କରିବା ସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି।

ଅଭିଯୋଗ ପତ୍ର ପ୍ରଦାନ ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ସହ ସାଧାରଣ ସଂପାଦକ ରଶ୍ମିରଂଜନ, ବୃନ୍ଦାବନ ବେହେରା, କିଶୋର ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ଦଳବେହେରା, ହୃଷିକେଶ ପାତ୍ର, ସୁମତି ପଲେଇ, କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଗଂଜାମ ଜିଲ୍ଲାପାଳ ଧାର୍ମିକ ଭାବନା ଭାରତୀୟ ବିକାଶ ପରିଷଦ ମାମଲା ରୁଜୁ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026
Latest News

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.