ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ: ୧୬ ଟି ଜିଲ୍ଲାକୁ ସତର୍କ ସୂଚନା

Published: Apr 1, 2021, 5:49 pm IST

ଭୁବନେଶ୍ବର: ଓଡିଶାରେ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ। ପାଣି ପାଗ ବିଭାଗ ପକ୍ଷରୁ ୧୬ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, କନ୍ଧମାଳ , କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୋନପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ତେବେ ଶୁକ୍ରବାରଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହିତ ୨ ତାରିଖରୁ ୫ ତାରିଖ ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ଥି ମିଳିବ ବୋଲି ଆଶଙ୍କା କରାଯାଉଛି।

Related posts