Categories
ଆଜିର ଖବର ରାଜ୍ୟ ଖବର

୨୪ ଘଣ୍ଟା ପାଇଁ ସତର୍କ ସୂଚନା: ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ଵର: ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହା ଭିତରେ ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୮ ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ହିଟୱେଭ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡିକ ହେଲା- ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ
ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଜାରି ରହିବ ଘନ କୁହୁଡି: ୬ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡି ଜାରି ରହିଛି। ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡି ହେବା ସମ୍ଭାବନା ରହିଛି। ଏନେଇ ୬ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନୁଗୁଳ, ବଲାଙ୍ଗୀରି, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡି ହେବାର ପାଣିପାଗ ବିଭାଗ ଅନୁମାନ କରିଛି। ତେଣୁ ଏନେଇ ଏସଆରସିଙ୍କ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଧାର କାର୍ଡର ବ୍ୟବହାର ପ୍ରତି ସାବଧାନ!, ଏହି ସତର୍କ ସୂଚନା ଜାରି କଲେ ସରକାର

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର କାର୍ଡର ଫଟୋ କପି (ଆଧାର କାର୍ଡର ଜେରକ୍ସ କପି) କାହା ସହିତ ସେୟାର କରନ୍ତି, ତେବେ ଆପଣ ସାବଧାନ ରୁହନ୍ତୁ। ଆଧାର କାର୍ଡ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ନୂତନ ପରାମର୍ଶରେ ସରକାର ଦେଶର ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ, ଆପଣ ଆପଣଙ୍କର ଆଧାର କାର୍ଡର ଫଟୋ କାହା ସହିତ ସେୟାର କରନ୍ତୁ ନାହିଁ। ଏହି କାରଣରୁ ଆପଣଙ୍କ ଆଧାର କାର୍ଡର ଅପବ୍ୟବହାର ହେବାର ସମ୍ଭାବନା ଅଛି ବୋଲି ସରକାର କହିଛନ୍ତି। ଆପଣଙ୍କର ଆଧାର କାର୍ଡର ନକଲ କପିର ଅପବ୍ୟବହାରକୁ ରୋକିବା ପାଇଁ ଆପଣ ସର୍ବଦା ସତର୍କ ରୁହନ୍ତୁ। ଯେଉଁଠାରେ ଅତି ଆବଶ୍ୟକ, କେବଳ ସେହିଠାରେ ଆଧାର କାର୍ଡର ନକଲ କପି ଅଂଶୀଦାର କରନ୍ତୁ।

ଆଜି କେନ୍ଦ୍ର ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ, ସେମାନଙ୍କର ଆଧାରର ଫଟୋଗ୍ରାଫି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ସହିତ ନିର୍ଦ୍ଦିଷ୍ଟ ଭାବରେ ସେୟାର କରନ୍ତୁ ନାହିଁ। ମେ ୨୭ ତାରିଖରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, UIDAI ରୁ ୟୁଜର୍ ଲାଇସେନ୍ସ ନେଇଥିବା ସଂସ୍ଥା ଯେକୌଣସି ବ୍ୟକ୍ତିଙ୍କ ପରିଚୟ ପ୍ରତିଷ୍ଠା ପାଇଁ ଆଧାର ବ୍ୟବହାର କରିପାରିବେ। ଏହା ବ୍ୟତୀତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ହୋଟେଲ କିମ୍ବା ଚଳଚ୍ଚିତ୍ର ପରି ଘରୋଇ ଅନୁଷ୍ଠାନ ଆଧାର କାର୍ଡର କପି ରଖିବା ପାଇଁ ହକଦାର ନୁହଁନ୍ତି।

ଆଧାର କାର୍ଡର ଜାଲିଆତିରୁ ରକ୍ଷା ପାଇବା ପାଇଁ କେବଳ ମାସ୍କେଡ୍ ଆଧାର କାର୍ଡ ବାଣ୍ଟିବାକୁ ଦେଶର ଲୋକଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ମାସ୍କେଡ୍ ଆଧାର କାର୍ଡରେ କେବଳ ଆଧାର ନମ୍ବରର ଶେଷ ୪ ଅଙ୍କ ଦୃଶ୍ୟମାନ ହୁଏ। ଏହାଦ୍ୱାରା ଆପଣଙ୍କ ଆଧାର କାର୍ଡ ଜାଲିଆତି ହେବାର ସମ୍ଭାବନା କମିଯାଏ। ଏହା ବ୍ୟତୀତ ହୋଟେଲ କିମ୍ବା ସିନେମା ହଲ୍ ପରି ଲାଇସେନ୍ସପ୍ରାପ୍ତ ସଂସ୍ଥାଗୁଡ଼ିକୁ ଆଧାର କାର୍ଡର କପି ନ ରଖିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଏକ ମାସ୍କେଡ୍ ଆଧାର କାର୍ଡ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରକାଶ କରିବ ନାହିଁ। ଏହା ପରିବର୍ତ୍ତେ, ଏହା କେବଳ ଶେଷ ୪ ଅଙ୍କ ଦେଖାଇବ। UIDAI ୱେବସାଇଟରୁ ଆଧାରର ଏକ ମାସ୍କେଡ୍ କପି ଡାଉନଲୋଡ୍ ହୋଇପାରିବ।

– Https://myaadhaar.uidai.gov.in/ କୁ ଯାଆନ୍ତୁ।

– ଆପଣଙ୍କର ଆଧାର କାର୍ଡ ନମ୍ବର ପ୍ରବେଶ କରନ୍ତୁ।

– ‘ଆପଣ ମାସ୍କେଡ୍ ଆଧାର ଚାହୁଁଛନ୍ତି’ ବିକଳ୍ପ ଚୟନ କରନ୍ତୁ।

– ଡାଉନଲୋଡ୍ ଚୟନ କରନ୍ତୁ ଏବଂ ଆଧାର ନମ୍ବରର ଶେଷ ଚାରି ଅଙ୍କ ସହିତ ଆଧାର

– କାର୍ଡର ଏକ କପି ପାଆନ୍ତୁ।

Categories
ବିଶେଷ ଖବର

ଆଶାୟୀ ପ୍ରାର୍ଥୀମାନଙ୍କୁ ସତର୍କ କରାଇଲା ପୂର୍ବତଟ ରେଳପଥ: ଦଲାଲମାନଙ୍କ ଜାଲରେ ନପଡିବାକୁ ଦେଲା ପରାମର୍ଶ

ଭୁବନେଶ୍ବର: ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି।

ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ଉପରେ ଏହା ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ/ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ପୂର୍ବ ତଟ ରେଳବାଇରେ କିମ୍ବା ରେଳବାଇ ସୁରକ୍ଷା ବଳ ଚାକିରି ଯୋଗାଇଦେବାକୁ ପ୍ରତିଜ୍ଞା କରୁଥିବା ଦଲାଲ ମାନଙ୍କ ଜାଲରେ ନ ପଡ଼ିବା ପାଇଁ ଚାକିରି ଆଶାୟୀ ମାନଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି। ନିକଟ ଅତୀତରେ ରେଳ ପ୍ରଶାସନର ଅନେକ ମାମଲା ସାମ୍ନାକୁ ଆସିଛି। ନିର୍ଦ୍ଦୋଷ ଲୋକଙ୍କୁ ରେଳବାଇରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି।

ଏଠାରେ ପୁନର୍ବାର କୁହାଯାଉଅଛି ଯେ “ରେଲୱେ ଚାକିରି ପାଇବାକୁ ଏବଂ ଆଶାୟୀ ପ୍ରାର୍ଥୀ ମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରିବାକୁ ରେଳବାଇ ପକ୍ଷରୁ ବଗରମବାର କୁହାଯାଉଥିବାବେଳେ ଦଲାଲ ମାନଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଅଛି। ଯୋଗ୍ୟତା ଏବଂ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ।  ରେଳବାଇ ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ।

ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଏବଂ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ଏବଂ ଖବରକାଗଜରେ ଏବଂ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ ରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ। କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ ବୋଲି ପୂର୍ବତଟ ରେଳପଥ ବାରମ୍ବାର ସତର୍କ କରୁଅଛି।

ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣ ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି କିମ୍ବା ଆପଣ ଉପରୋକ୍ତ ଶିକାର ହେଉଛନ୍ତି, ଦୟାକରି ପୂର୍ବତଟ ରଲାପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର 8455885031 ରେ ସୂଚନା ଦିଅନ୍ତୁ ଯାହାକି ତୁରନ୍ତ ବିହିତ କାର୍ଯ୍ୟ ଗ୍ରହଣ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୨ ଟି ଜିଲ୍ଲାରେ କାଳବୈଶାଖୀ ସତର୍କ ସୂଚନା

ଭୁବନେଶ୍ଵର: ରାଜ୍ୟରେ ୧୨ ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ ଟା ୩୦ ପର୍ଯ୍ୟନ୍ତ ୧୨ ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ କାଳବୈଶାଖୀର ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ହେବା ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ଅନେକ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ରାଜ୍ୟରେ ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ଅନୁମାନ କରାଯାଉଛି। ଆସନ୍ତା ୪୮ ଘଣ୍ଟାରେ ଏହା ଛତିଶଗଡ, ମଧ୍ୟପ୍ରଦେଶ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଗାମୀ ୬ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, ଦେବଗଡ, ସମ୍ବଲପୁର, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀରି ଏବଂ କେନ୍ଦୁଝର ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। କିନ୍ତୁ ଆଜି ଅପରାହ୍ନ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗର ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି। ହେଲେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ବର୍ଷା ସହ ବଜ୍ରପାତର ସତର୍କ ସୂଚନା: ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୭ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକଲି ସକାଳ ୮ ଟା ୩୦ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ବାଲାଙ୍ଗୀରି, ନୂଆପଡା, ସୋନପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ବର: ୧୧ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବର୍ଷା ସହ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ଭିଭାଗ ଅନୁମାନ କରିଛି। ତେଣୁ ୧୧ ଟି ଜିଲ୍ଲାକୁ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ। କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ବଲାଙ୍ଗୀରି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ୩ ଘଣ୍ଟା ପାଇଁ ବର୍ଷା ସହ ବଜ୍ରପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ଭିଭାଗ ସତର୍କ କରାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା: ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ୧୬ ଟି ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି। ବର୍ଷ ଏବଂ ବଜ୍ରପାତ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି। ତେବେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଝଡବର୍ଷା ନେଇ ସତର୍କ ସୂଚନା: ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଜି ଏବଂ ଆସନ୍ତାକାଲି ଝଡବର୍ଷା ହେବା ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ସହ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।

ସେହିଭଳି ଆସନ୍ତାକାଲି ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୫ ଦିନ ଯାଏଁ ହେବ କାଳବୈଶାଖୀ: ୧୬ ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ୧୬ ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ୧୬ ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆକଳନ କରାଯାଇଛି। ଆଜି ଠାରୁ ୧୬ ତାରିଖ ଯାଏଁ ଝଡ ବର୍ଷା ସହ ବଜ୍ରପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ତେବେ ବାଲେଶ୍ବର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ: ୧୬ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଓଡିଶାରେ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ। ପାଣି ପାଗ ବିଭାଗ ପକ୍ଷରୁ ୧୬ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, କନ୍ଧମାଳ , କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୋନପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ତେବେ ଶୁକ୍ରବାରଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହିତ ୨ ତାରିଖରୁ ୫ ତାରିଖ ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ଥି ମିଳିବ ବୋଲି ଆଶଙ୍କା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ: ୨୦ ଟି ଜିଲ୍ଲାକୁ ସତର୍କ କରାଇଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢି ଚାଲିଛି। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ପାଇବ। ଏହି ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତା ୨ ତାରିଖ ଯାଏଁ ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବଲାଙ୍ଗୀରି, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ସୋନପୁର ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସବୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତର ପୂର୍ବାନୁମାନ: ଆସନ୍ତା ୨୧ ତାରିଖ ଯାଏଁ ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ବଜ୍ରପାତର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକରେ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ମୟୁରଭଂଜ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ତାପମାତ୍ରା ବଢିବ: ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ଏବର୍ଷ ତାପମାତ୍ରା ବଢିବ। ସ୍ଵାଭାବିକ ତାପମାତ୍ରା ଠାରୁ ଚଳିତ ବର୍ଷ ତାପମାତ୍ରାରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ମାର୍ଚ୍ଚ ମାସଠାରୁ ମେ’ ମାସ ପର୍ଯ୍ୟନ୍ତ ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁରରେ ପ୍ରବଳ ଖରା ଅନୁଭୂତ ହେବ।

ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ପାଇଁ ମଧ୍ୟ ଆଇଏମଡ଼ି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅଂଶୁଘାତର ସମ୍ଭାବନା ଥିବାରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ତିନି ଧରି ଜାରି ରହିବ ଶୀତ ଲହରୀ: ଏହି ଜିଲ୍ଲାଗୁଡିକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ତଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ଗତ ତିନି ଧରି ପୁନର୍ବାର ତାପମାତ୍ରାରେ ହ୍ରାସ ହୋଇ ଶୀତ ଲହରୀ ଜାରି ରହିଛି। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଦେଖାଯିବ ବୋଲି ପାଣିପାଗ ସୂଚନା ଦେଇଛି। ହେଲେ ରାଜ୍ୟର ୮ ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଅନୁଭବ ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ଲହରୀ ପ୍ରଭାବିତ ହେବା ସହ ରାତ୍ରିର ପାରଦ ୧୦ ଡିଗ୍ରି ତଳକୁ ଖସି ଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା ପବନର ପ୍ରବାହ ମୁଖ୍ୟତଃ ଆଭ୍ୟନ୍ତର ଓଡ଼ିଶାରେ ଅଧିକ ରହିଥିବାରୁ ସେଠାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ସତର୍କ ସୂଚନା: ଏହି ସବୁ ଜିଲ୍ଲାରେ ୨୧ ତାରିଖ ଯାଏଁ ସୃଷ୍ଟି ହେବ ଘନ କୁହୁଡି

ଭୁବନେଶ୍ବର: ୧୯ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏଁ ୧୦ ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହେବ। ୧୦ ଟି ଜିଲ୍ଲାରେ ଆସନ୍ତାକାଲି ଠାରୁ ଘନ କୁହୁଡି ସୃଷ୍ଟି ହେବା ନେଇ ସତର୍କ ସୂଚନା ମିଳିଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି।

ସେହିପରି ଆସନ୍ତା ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ୬ ଟା ଯାଏଁ ୬ ଟି ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ବୌଦ୍ଧ  ଜିଲ୍ଲାରେ ଘନ କୁହିଡି ସୃଷ୍ଟି ହେବ। ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ସମ୍ଭାବନା ଥିବାରୁ ଜିଲ୍ଲାପାଳ ମାନଙ୍କୁ ଏସଆରସି ଚିଠି କରିଛନ୍ତି।