Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଶାୟୀ ପ୍ରାର୍ଥୀମାନଙ୍କୁ ସତର୍କ କରାଇଲା ପୂର୍ବତଟ ରେଳପଥ: ଦଲାଲମାନଙ୍କ ଜାଲରେ ନପଡିବାକୁ ଦେଲା ପରାମର୍ଶ
ବିଶେଷ ଖବର

ଆଶାୟୀ ପ୍ରାର୍ଥୀମାନଙ୍କୁ ସତର୍କ କରାଇଲା ପୂର୍ବତଟ ରେଳପଥ: ଦଲାଲମାନଙ୍କ ଜାଲରେ ନପଡିବାକୁ ଦେଲା ପରାମର୍ଶ

January 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳ
ବଡ ସଂଖ୍ୟକ ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ରେଳବାଇ: ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଭୁବନେଶ୍ବର: ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି।

ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ଉପରେ ଏହା ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ/ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ପୂର୍ବ ତଟ ରେଳବାଇରେ କିମ୍ବା ରେଳବାଇ ସୁରକ୍ଷା ବଳ ଚାକିରି ଯୋଗାଇଦେବାକୁ ପ୍ରତିଜ୍ଞା କରୁଥିବା ଦଲାଲ ମାନଙ୍କ ଜାଲରେ ନ ପଡ଼ିବା ପାଇଁ ଚାକିରି ଆଶାୟୀ ମାନଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି। ନିକଟ ଅତୀତରେ ରେଳ ପ୍ରଶାସନର ଅନେକ ମାମଲା ସାମ୍ନାକୁ ଆସିଛି। ନିର୍ଦ୍ଦୋଷ ଲୋକଙ୍କୁ ରେଳବାଇରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି।

ଏଠାରେ ପୁନର୍ବାର କୁହାଯାଉଅଛି ଯେ “ରେଲୱେ ଚାକିରି ପାଇବାକୁ ଏବଂ ଆଶାୟୀ ପ୍ରାର୍ଥୀ ମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରିବାକୁ ରେଳବାଇ ପକ୍ଷରୁ ବଗରମବାର କୁହାଯାଉଥିବାବେଳେ ଦଲାଲ ମାନଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଅଛି। ଯୋଗ୍ୟତା ଏବଂ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ।  ରେଳବାଇ ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ।

ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଏବଂ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ଏବଂ ଖବରକାଗଜରେ ଏବଂ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ ରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ। କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ ବୋଲି ପୂର୍ବତଟ ରେଳପଥ ବାରମ୍ବାର ସତର୍କ କରୁଅଛି।

ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣ ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି କିମ୍ବା ଆପଣ ଉପରୋକ୍ତ ଶିକାର ହେଉଛନ୍ତି, ଦୟାକରି ପୂର୍ବତଟ ରଲାପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର 8455885031 ରେ ସୂଚନା ଦିଅନ୍ତୁ ଯାହାକି ତୁରନ୍ତ ବିହିତ କାର୍ଯ୍ୟ ଗ୍ରହଣ କରାଯାଇ ପାରିବ।

ଆରପିଏଫ୍ ପୂର୍ବତଟ ରେଳପଥ ରେଳ ସୁରକ୍ଷା ବଳ ସତର୍କ ସୂଚନା
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Latest News

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.