Categories
ଆଜିର ଖବର ରାଜ୍ୟ ଖବର

ଅପରେସନ୍ ନହ୍ନେ ଫରିସ୍ତେ: ଜୁଲାଇରେ ଉଦ୍ଧାର ହେଲେ ୬୨ ନାବାଳକ/ନାବାଳିକା

ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ 2023 ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ 62 ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି।  ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 50 ନାବାଳକ ଏବଂ 12 ନାବାଳିକା ସେମାନଙ୍କ ପିତାମାତାଙ୍କ ସହ ମିଳିତ ହୋଇଛନ୍ତି।

ପିତା ମତ କିମ୍ବା ଅଭିଭାବକ ମାନଙ୍କର ଅଜାଣତରେ ନିଜ ଘରୁ ରେଳ ଷ୍ଟେସନକୁ ପଳାଇ ଆସିଥିବା / ପାରିବାରିକ ସମସ୍ୟା ହେତୁ କିମ୍ବା ଉନ୍ନତ ଜୀବନ ସନ୍ଧାନରେ ପିତାମାତାଙ୍କୁ ନ ଜଣାଇ ଟ୍ରେନ୍ ଯୋଗେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିବା ପିଲାମାନଙ୍କୁ ତାଲିମ ପ୍ରାପ୍ତ ଅଭିଜ୍ଞ ଆରପିଏଫ୍ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସେମାନଙ୍କ ପିତାମାତାଙ୍କ ସହ ମିଳିତ ହେବା ପୂର୍ବରୁ ଆରପିଏଫ୍ କର୍ମଚାରୀମାନେ ସେମାନଙ୍କୁ ବିଝାସୁଝା କରିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ଯାହାକି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ।

ରେଳ ମାଧ୍ୟମରେ ମାନବ ଚାଲାଣକୁ ବନ୍ଦ କରିବାପାଇଁ ରେଳବାଇ ସୁରକ୍ଷା ବଳ ବଚପନ ବଚାଓ ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି। ଏହା ବ୍ୟତୀତ ମାନବ ଚାଲାଣ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଚାଲୁରହିଥିବା ଅଭିଯାନ {(ଅପରେସନ୍ AAHT (ଆକ୍ସନ୍ ଏଗେନଷ୍ଟ ହ୍ୟୁମାନ୍ ଟ୍ରାଫିକ୍) ମଧ୍ୟ ଆରମ୍ଭ କରି ମାନବ ଚାଲାଣ ପୀଡିତଙ୍କୁ ଉଦ୍ଧାର କରି ଆସୁଅଛି।

ଜୁଲାଇ 2023 ରେ ଉଦ୍ଧାର ହୋଇଥିବା 62 ନାବାଳକଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳରୁ 33 ବାଳକ ଓ 02 ବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳରୁ 05 ବାଳକ ଓ 04 ବାଳିକା ଏବଂ ୱାଲଟିୟର ରେଳମଣ୍ଡଳରୁ 12 ବାଳକ ଏବଂ 06 ବାଳିକାଙ୍କୁ ଉଦ୍ଧାର କରିଛି। ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ସମସ୍ତ ନାବାଳକ/ନାବାଳିକାଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ସୁରକ୍ଷା ବଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ରେଳ ସୁରକ୍ଷା ବଳ (ଆରପିଏଫ) ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଏସ. ଅର୍ଜୁନ ପାତ୍ରଙ୍କ ତତ୍ୱବାଧାନରେ ରେଳ ଷ୍ଟେସନ ନିକଟସ୍ଥ ବେଲପଡା, ଉମାକାନ୍ତପୁର, ରାଜୀବ ନଗର ଆଦି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେଳ ଟ୍ରାକକୁ ମଳ ମୁକ୍ତ ରଖିବା, ରେଳ ଲାଇନ ମଧ୍ୟକୁ ଗାଈଗୋରୁ ନଛାଡିବା ଏବଂ ଚଳନ୍ତା ଟ୍ରେନ ଉପରକୁ ହେଉ ଅବା ରେଳ ଟ୍ରାକ ମଧ୍ୟରୁ ଟେକା ପଥର ନ ଫୋପାଡିବା ସହିତ ଷ୍ଟେସନ ପରିସରରେ କୌଣସି ଭଙ୍ଗାରୁଜା ନକରିବା ପାଇଁ ଜନ ସଚେତନତା କରାଯାଇଥିଲା।

ସୂଚନା ଥାଉକି ନିକଟରେ ବାଲୁଗାଁ ରେଳ ଷ୍ଟେସନ ଟ୍ରାକରେ ସ୍ଥାନୀୟ ବାସିନ୍ଦା ମାନେ ଗୃହପାଳିତ ପଶୁ ଛାଡିବା ଦ୍ୱାରା ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ରେଳ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀଙ୍କ ସୁଖ ସୁବିଧା ପାଇଁ ଏକ ମାସ ବ୍ୟାପୀ ସର୍ବ ଭାରତୀୟ ଅଭିଯାନ

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ ବା ଆର୍‌ପିଏଫ ପକ୍ଷରୁ ରେଳଯାତ୍ରୀଙ୍କ ସୁଖସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା। ଏହି ଅଭିଯାନ କାଳରେ ମହିଳାଙ୍କ ପାଇଁ ସଂରକ୍ଷିତ କୋଚରେ ବେଆଇନଭାବେ ପ୍ରବେଶ କରି ଯାତ୍ରା କରୁଥିବା ୫୧୦୦ରୁ ଅଧିକ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି। ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ପ୍ରବେଶ କରି ଯାତ୍ରା କରିବା ଓ ସେମାନଙ୍କ ଆସନକୁ ଅକ୍ତିଆର କରିବା ଅଭିଯୋଗରେ ଅନ୍ୟ ୬୩୦୦ ଯାତ୍ରୀଙ୍କୁ ଆରପିଏଫ ଗିରଫ କରିଛି।

ରେଳବାଇ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଯାତ୍ରା କରୁଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜୋରିମାନା ଆକାରରେ ଉଭୟ ଗୋଷ୍ଠୀର ଦୋଷୀଙ୍କଠାରୁ ଯଥାକ୍ରମେ ୬.୭୧ ଲକ୍ଷ ଏବଂ ୮.୬୮ଲକ୍ଷ ଟଙ୍କା ଆଦାୟ କରାଯାଇଛି।

କିଛି ଲୋକ ବିନା ଟିକେଟରେ  ଟ୍ରେନରେ ଚଢି ଯାତ୍ରୀଙ୍କ ସିଟ୍‌ରେ ଜବରଦସ୍ତ ବସିବା, ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଗଣ୍ଡଗୋଳ ଓ ଅପରାଧ ଆଦି ଘଟାଇବା ଘଟଣାର ଖବର ନିୟମିତଭାବେ ଦେଶର ବିଭିନ୍ନ ଅଞ୍ଚଳରୁ ମିଳୁଥିଲା। ଏହି ଖବର ପାଇବା ପରେ ଆରପିଏଫ କର୍ତ୍ତୃପକ୍ଷ ଦେଶବ୍ୟାପୀ ଏକମାସିଆ ଅଭିଯାନ ଚଳାଇଥିଲେ।

ଏହି ଅଭିଯାନ କାଳରେ ଦୂରଗାମୀ ଟ୍ରେନର ସାଧାରଣ ବଗିରେ କିଛି ଅସାଧୁ ଲୋକ ଟାୱେଲ ପକାଇ ସିଟ୍ ଜବରଦଖଲ କରିବା ସହିତ ତାହାକୁ ଯାତ୍ରୀମାନଙ୍କୁ ବିକିବା ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ  ମଧ୍ୟ ଗ୍ରହଣ କରାଯାଇଥିଲା। ଏହି ବେଆଇନ ସିଟ୍ ଅକ୍ତିଆର ଘଟଣାର ୩୬ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାତ୍ରୀଙ୍କ ସୁଖସୁବିଧା ପ୍ରତି ନିୟମିତ ଧ୍ୟାନ ଦେବାକୁ ଓ ଅଭିଯାନ ଚଳାଇବାକୁ ଆର୍‌ପିଏଫ୍‌ର କ୍ଷେତ୍ର କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ରେଳ ସମ୍ପତ୍ତି, ରେଳ ଯାତ୍ରୀ, ଯାତ୍ରା ଅଞ୍ଚଳ ଏବଂ ତତ୍‌ସଂଲଗ୍ନ ସମସ୍ତ ବିଷୟର ନିରାପତ୍ତା ରକ୍ଷା ଦାୟିତ୍ୱ ଆର୍‌ପିଏଫ୍ ଉପରେ ନ୍ୟସ୍ତ। ବିଶେଷକରି ଯାତ୍ରୀମାନେ ଯେପରି ବିନା ଭୟ ଓ ହରକତରେ   ସୁବିଧାରେ ଯାତ୍ରା କରିପାରିବେ ତାହା ଦେଖିବା ଏବଂ ଏଥିପାଇଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆର୍‌ପିଏଫ୍‌ର ଦାୟିତ୍ୱ। ରେଳବାଇ ନିୟମ ଅନୁସାରେ କୌଣସି ବ୍ୟକ୍ତି ବେଆଇନ ଭାବେ ଯାତ୍ରୀଙ୍କ ସିଟ୍‌କୁ ଅକ୍ତିଆର କରିପାରିବେ ନାହିଁ। ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ସେମାନଙ୍କ ଆସନ ମଧ୍ୟ ଅକ୍ତିଆର କରିବା ଆଇନ ବିରୋଧୀ। ଏହାଛଡା ବେଆଇନଭାବେ ସିଟ୍ ଅଧିକାର କରିବା, ଟ୍ରେନରେ ତୃତୀୟ ଲିଙ୍ଗର ବ୍ୟକ୍ତି ପଶି ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ମଧ୍ୟ ଧର୍ତ୍ତବ୍ୟ ଅପରାଧ।

Categories
ବିଶେଷ ଖବର

ଆଶାୟୀ ପ୍ରାର୍ଥୀମାନଙ୍କୁ ସତର୍କ କରାଇଲା ପୂର୍ବତଟ ରେଳପଥ: ଦଲାଲମାନଙ୍କ ଜାଲରେ ନପଡିବାକୁ ଦେଲା ପରାମର୍ଶ

ଭୁବନେଶ୍ବର: ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି।

ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ଉପରେ ଏହା ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ/ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ପୂର୍ବ ତଟ ରେଳବାଇରେ କିମ୍ବା ରେଳବାଇ ସୁରକ୍ଷା ବଳ ଚାକିରି ଯୋଗାଇଦେବାକୁ ପ୍ରତିଜ୍ଞା କରୁଥିବା ଦଲାଲ ମାନଙ୍କ ଜାଲରେ ନ ପଡ଼ିବା ପାଇଁ ଚାକିରି ଆଶାୟୀ ମାନଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି। ନିକଟ ଅତୀତରେ ରେଳ ପ୍ରଶାସନର ଅନେକ ମାମଲା ସାମ୍ନାକୁ ଆସିଛି। ନିର୍ଦ୍ଦୋଷ ଲୋକଙ୍କୁ ରେଳବାଇରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି।

ଏଠାରେ ପୁନର୍ବାର କୁହାଯାଉଅଛି ଯେ “ରେଲୱେ ଚାକିରି ପାଇବାକୁ ଏବଂ ଆଶାୟୀ ପ୍ରାର୍ଥୀ ମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରିବାକୁ ରେଳବାଇ ପକ୍ଷରୁ ବଗରମବାର କୁହାଯାଉଥିବାବେଳେ ଦଲାଲ ମାନଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଅଛି। ଯୋଗ୍ୟତା ଏବଂ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ।  ରେଳବାଇ ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ।

ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଏବଂ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ଏବଂ ଖବରକାଗଜରେ ଏବଂ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ ରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ। କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ ବୋଲି ପୂର୍ବତଟ ରେଳପଥ ବାରମ୍ବାର ସତର୍କ କରୁଅଛି।

ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣ ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି କିମ୍ବା ଆପଣ ଉପରୋକ୍ତ ଶିକାର ହେଉଛନ୍ତି, ଦୟାକରି ପୂର୍ବତଟ ରଲାପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର 8455885031 ରେ ସୂଚନା ଦିଅନ୍ତୁ ଯାହାକି ତୁରନ୍ତ ବିହିତ କାର୍ଯ୍ୟ ଗ୍ରହଣ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଆତଙ୍କବାଦୀ ସଙ୍କଟରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ରେ ମକ୍ ଡ୍ରିଲ୍

ଭୁବନେଶ୍ବର: ରେଳ ଷ୍ଟେସନରେ ଆତଙ୍କବାଦୀ ସଙ୍କଟ ସମୟରେ ଜରୁରୀକାଳୀନ ଯୋଜନାର କାର୍ଯ୍ୟକ୍ଷମତା ତଥା ଶକ୍ତି ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିତ ଭାବେ ରେଳ ସୁରକ୍ଷା ବଳ ଏବଂ ସରକାରୀ ରେଳ ପୋଲିସ (GRP) ଦ୍ୱାରା ଆୟୋଜିତ ଏବଂ ଅନ୍ୟ ସହଯୋଗୀ ବଳ ସହାୟତା ରେ ଏକ କାଉଣ୍ଟର ଆତଙ୍କବାଦୀ ମକ୍ ଡ୍ରିଲ୍ ର ଆୟୋଜନ କରାଯାଇଥିଲା।

ଭୁବନେଶ୍ୱର ରେଳ ଷ୍ଟେସନ ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ହୋଇଥିବାରୁ ଅନେକ ଭିଭିଆଇପି, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଧାରଣ ଲୋକ ଟ୍ରେନ୍ ଦେଇ ଯାତ୍ରା କରିଥାନ୍ତି ତେଣୁ ସନ୍ତ୍ରାସବାଦୀ ଆକ୍ରମଣ ପାଇଁ ଏହା ଏକ ଅସୁରକ୍ଷିତ ପ୍ରବଣ ଷ୍ଟେସନ। ସେହି ଦୃଷ୍ଟିରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ମକ୍ ଡ୍ରିଲ୍ କରାଯାଇଥିଲା।

ମକ୍ ଡ୍ରିଲରେ ଯାତ୍ରୀମାନଙ୍କୁ ଏକ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର, ଆହତ ଆରପିଏଫ୍ ଅଧିକାରୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର, ସ୍ଥାନୀୟ ପୋଲିସକୁ ସୂଚନା, ସାଧାରଣ ନାଗରିକଙ୍କ ଉପରେ ନିୟନ୍ତ୍ରଣ ଏବଂ ବନ୍ଧକ ଉଦ୍ଧାର ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା।

ମକଡ୍ରିଲରେ ରେଳ ସୁରକ୍ଷା ବଳ (ଆରପିଏଫ), ସ୍ପେଶାଲ ଅପରେସନ୍ ବିଭାଗ/ଚାନ୍ଦକା, ସରକାରୀ ରେଳ ପୋଲିସ୍ (GRP), କମିଶନରେଟ୍ ପୋଲିସ୍, ଟ୍ରାଫିକ୍ ପୋଲିସ୍, ଫାୟାର ବ୍ରିଗେଡ୍ ଅଧିକାରୀ, ରାଜ୍ୟ ବିଡିଡିଏସ୍, ମେଡିକାଲ୍ କର୍ମଚାରୀ, ଆରପିଏଫ୍ କୁକୁର ସ୍କ୍ୱାର୍ଡ ଏବଂ ଷ୍ଟେସନ୍ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ର ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜର (ଅପରେସନ୍) କଲ୍ୟାଣ ପଟ୍ଟନାୟକ, ଏମ. ସଂବାସିବା ରାଓ, ମଣ୍ଡଳ ସୁରକ୍ଷା କମିଶନର ଓ ଡି.ଏନ୍.ତ୍ରିପାଠୀ, ରେଳ ପୋଲିସ ଅଧୀକ୍ଷକ ଉପସ୍ଥିତ ଥିଲେ।