ଆତଙ୍କବାଦୀ ସଙ୍କଟରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ରେ ମକ୍ ଡ୍ରିଲ୍

Published: Nov 18, 2021, 8:07 pm IST

ଭୁବନେଶ୍ବର: ରେଳ ଷ୍ଟେସନରେ ଆତଙ୍କବାଦୀ ସଙ୍କଟ ସମୟରେ ଜରୁରୀକାଳୀନ ଯୋଜନାର କାର୍ଯ୍ୟକ୍ଷମତା ତଥା ଶକ୍ତି ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିତ ଭାବେ ରେଳ ସୁରକ୍ଷା ବଳ ଏବଂ ସରକାରୀ ରେଳ ପୋଲିସ (GRP) ଦ୍ୱାରା ଆୟୋଜିତ ଏବଂ ଅନ୍ୟ ସହଯୋଗୀ ବଳ ସହାୟତା ରେ ଏକ କାଉଣ୍ଟର ଆତଙ୍କବାଦୀ ମକ୍ ଡ୍ରିଲ୍ ର ଆୟୋଜନ କରାଯାଇଥିଲା।

ଭୁବନେଶ୍ୱର ରେଳ ଷ୍ଟେସନ ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ହୋଇଥିବାରୁ ଅନେକ ଭିଭିଆଇପି, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଧାରଣ ଲୋକ ଟ୍ରେନ୍ ଦେଇ ଯାତ୍ରା କରିଥାନ୍ତି ତେଣୁ ସନ୍ତ୍ରାସବାଦୀ ଆକ୍ରମଣ ପାଇଁ ଏହା ଏକ ଅସୁରକ୍ଷିତ ପ୍ରବଣ ଷ୍ଟେସନ। ସେହି ଦୃଷ୍ଟିରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ମକ୍ ଡ୍ରିଲ୍ କରାଯାଇଥିଲା।

ମକ୍ ଡ୍ରିଲରେ ଯାତ୍ରୀମାନଙ୍କୁ ଏକ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର, ଆହତ ଆରପିଏଫ୍ ଅଧିକାରୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର, ସ୍ଥାନୀୟ ପୋଲିସକୁ ସୂଚନା, ସାଧାରଣ ନାଗରିକଙ୍କ ଉପରେ ନିୟନ୍ତ୍ରଣ ଏବଂ ବନ୍ଧକ ଉଦ୍ଧାର ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା।

ମକଡ୍ରିଲରେ ରେଳ ସୁରକ୍ଷା ବଳ (ଆରପିଏଫ), ସ୍ପେଶାଲ ଅପରେସନ୍ ବିଭାଗ/ଚାନ୍ଦକା, ସରକାରୀ ରେଳ ପୋଲିସ୍ (GRP), କମିଶନରେଟ୍ ପୋଲିସ୍, ଟ୍ରାଫିକ୍ ପୋଲିସ୍, ଫାୟାର ବ୍ରିଗେଡ୍ ଅଧିକାରୀ, ରାଜ୍ୟ ବିଡିଡିଏସ୍, ମେଡିକାଲ୍ କର୍ମଚାରୀ, ଆରପିଏଫ୍ କୁକୁର ସ୍କ୍ୱାର୍ଡ ଏବଂ ଷ୍ଟେସନ୍ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ର ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜର (ଅପରେସନ୍) କଲ୍ୟାଣ ପଟ୍ଟନାୟକ, ଏମ. ସଂବାସିବା ରାଓ, ମଣ୍ଡଳ ସୁରକ୍ଷା କମିଶନର ଓ ଡି.ଏନ୍.ତ୍ରିପାଠୀ, ରେଳ ପୋଲିସ ଅଧୀକ୍ଷକ ଉପସ୍ଥିତ ଥିଲେ।

Related posts