ବିଜେପି ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କୁ ମୋଦି ଓ ଶାହାଙ୍କ ଅଭିନନ୍ଦନ

Published: Apr 6, 2019, 11:20 am IST

ଏପ୍ରିଲ୍‌ ୬ ତାରିଖ ଶନିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଧ୍ୟକ୍ଷ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୦ ମସିହାରେ ବିଜେପି ଆନୁଷ୍ଠାନିକ ଭାବେ ସ୍ଥାପିତ ହୋଇଥିଲା। ୧୯୫୧ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଭାରତୀୟ ଜନ ସଂଘରୁ ବିଜେପିର ସୃଷ୍ଟି ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି କହିଛନ୍ତି, ବର୍ତ୍ତମାନ ଜନସାଧାରଣଙ୍କ ପସନ୍ଦର ଦଳ ଭାବେ ବିଜେପି ରହିଛି ତେଣୁ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଦଳର ଏହି ସ୍ଥାନ ବଜାୟ ରଖିବା ପାଇଁ ଦିନରାତି ପରିଶ୍ରମ କରିବା ଆବଶ୍ୟକ। ଏକାଧିକ ଟ୍ବିଟ୍‌ ଜରିଆରେ ମୋଦି ଏହି ମତାମତ ରଖିଥିଲେ। ସମାଜସେବା ଓ ଦେଶକୁ ନୂତନ ଶିଖରକୁ ନେବା ଲାଗି ଦୃଢ଼ ପ୍ରତିବଦ୍ଧତା ନେଇ ୩୯ ବର୍ଷ ତଳେ ଆଜିର ଦିନରେ ଭାରତ ପାଇଁ ବିଜେପି ଜନ୍ମିଥିଲା। ଏହି ସମୟରେ ଅଧିକ କଠୋର ପରିଶ୍ରମ କରିବାକୁ ସେ ଦଳୀୟ କର୍ମୀମାନଙ୍କୁ ପରବର୍ତ୍ତୀ  ଟ୍ବିଟ୍‌ରେ କହିଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହା ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଅଡ଼ଓ୍ଵାନୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ନେତାଙ୍କ ଫଟୋ ପୋଷ୍ଟ୍‍ କରି ସେ ଟୁଇଟ୍‌ କରି କହିଛନ୍ତି ତ୍ୟାଗ ସହିଥିବା ଏହି ନେତାଙ୍କ ପ୍ରତି ଦଳ କୃତଜ୍ଞ।

Related posts