Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ୍ ୫ ରୁ ଆଇଡିଏସ୍‌ରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ
ଆଜିର ଖବର

ଏପ୍ରିଲ୍ ୫ ରୁ ଆଇଡିଏସ୍‌ରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

April 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।
ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି ରହିବାର ସୁଯୋଗ ପାଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଖୁବ୍ ସୁଲଭ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସାରା ଦେଶର ଦନ୍ତ ବିଜ୍ଞାନ ଅନୁଷ୍ଠାନ ମଧ୍ୟରେ ୧୨ ତମ ସ୍ଥାନରେ ରହିଥିବା ଆଇଡିଏସ୍ ପକ୍ଷରୁ ଆସନ୍ତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣର ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି।

ଆଇଡିଏସ୍ ପକ୍ଷରୁ ବର୍ଷକୁ ଦୁଇ ଥର ସପ୍ତାହବ୍ୟାପୀ ଏଭଳି ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥାଏ। ମୁଖ ଗହ୍ୱର କର୍କଟ ରୋଗ ଓଠ, ପାଟି, ଗାଲ, ତାଳୁ କିମ୍ବା ଜିଭରେ ଦେଖାଦେଇଥାଏ। ମଦ୍ୟପାନ ଅଭ୍ୟାସ, ସିଗାରେଟ, ଧୂମବିହିନ ତମାଖୁ ସେବନ, ପାନ ଖାଇବା ଭଳି ଅଭ୍ୟାସ ମୁଖ ଗହ୍ୱର କର୍କଟ ରୋଗର ଆଶଙ୍କାକୁ
ଅଧିକ ବଢ଼ାଇଥାଏ।

ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୦ ଜଣ ଲୋକ ଏହି ରୋଗରେ ଶିକାର ହୋଇଥାନ୍ତି। ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଚିନ୍ତାର କାରଣ ହୋଇଛି। କାରଣ ଏହି ରୋଗ ଖୁବ୍‌ ବିଳମ୍ବରେ ଚିହ୍ନଟ ହୋଇଥାଏ ଯାହା ଦ୍ୱାରା କି ଚିକିତ୍ସା ପ୍ରକ୍ରିୟାର ସୁଯୋଗ ଖୁବ୍ କମ୍ ଥାଏ ଓ ଏହାର ଖର୍ଚ୍ଚ ଖୁବ୍ ଅଧିକ ହୋଇଥାଏ।

ନିୟମିତ ମୁଖ ଗହ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣ କରାଇଲେ ଏହା ପ୍ରାଥମିକ ସ୍ତରର କର୍କଟ ରୋଗର ଚିହ୍ନଟ କରାଇବାରେ ସହାୟକ ହୋଇଥାଏ।

ଆଇଡିଏସ୍ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମତି ଭାବରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କରାଯାଇଥାଏ।

ଏହି ପ୍ରେସ ବିଜ୍ଞପପ୍ତିରେ କୁହାଯାଇଛି ଯେ ଏହି ମୁଖ ଗହ୍ୱର କର୍କଟ ପରୀକ୍ଷଣ ସପ୍ତାହରେ ରୋଗୀ ମାନଙ୍କର ରୋଗର ସଠିକ୍‌ ନିରୂପଣ ନିମନ୍ତେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ। ଆଇଡ଼ିଏସର ଚାରିଟି ବିଭାଗ – ଓରାଲ ମେଡିସିନ ଆଣ୍ଡ ରେଡିଓଲଜି, ଓରାଲ ପାଥୋଲଜି ଆଣ୍ଡ ମାଇକ୍ରୋବାଇଓଲଜି, ଓରାଲ ଆଣ୍ଡ ମାକ୍ସିଲୋଫାସିଆଲ ସର୍ଜରୀ ଓ ପବ୍ଲିକ ହେଲଥ୍ ଡେଂଟିଷ୍ଟ୍ରିର ମିଳିତ ଉଦ୍ୟମରେ ଏହି ସପ୍ତାହ ଆୟୋଜିତ ହୋଇଥାଏ।

ଆଇଡିଏସ୍ ମୁଖ ଗହ୍ୱର କର୍କଟ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026
Latest News

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.