ଆଚରଣବିଧି ଉଲଂଘନ ନେଇ ନିତି ଆୟୋଗ ଉପ ସଭାପତିଙ୍କୁ ଚେତାବନୀ

Published: Apr 6, 2019, 1:44 pm IST

ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ଏନେଇ କେତେଗୁଡ଼ିଏ ନିୟମାବଳୀ ମଧ୍ୟ ଜାରି କରାଯାଇଛି। ନିର୍ବାଚନୀ ପ୍ରଚାର ଓ ପ୍ରସାର ପାଇଁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି। ନିକଟରେ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଇସି ତାଗିଦା କରିବା ସହିତ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ପ୍ରେରଣ କରାଯାଇଥିଲା, ଏନେଇ ରାଷ୍ଟପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ନିତି ଆୟାେଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ସମାଲୋଚନା କରିଛନ୍ତି ନିର୍ବାଚନ କମିଶନ। ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ଶ୍ରୀ କୁମାରଙ୍କୁ ସମାଲୋଚନା କରିଛନ୍ତି କମିଶନ। କଂଗ୍ରେସ ତରଫରୁ ନିଗର ଇସ୍ତାହାରରେ ନ୍ୟୁନତମ ଆୟ ଯୋଜନା ‘ନ୍ୟାୟ’ ବିଷୟରେ ଉଲ୍ଲେଖ କରିବା ପରେ ଏହାକୁ ଅବାସ୍ତବ ବୋଲି କହିବା ସହିତ ସମାଲୋଚନା କରିଥିଲେ ନିତି ଆୟୋଗ ଉପସଭାପତି। କୁମାରଙ୍କୁ ଏକ ଚିଠିରେ ନିଜର ଅସନ୍ତୋଷ ଜାହିର କରିବା ସହିତ ଚେତାବନୀ ଦେଇ ଭବିଷ୍ୟତରେ ଏପରି ମନ୍ତବ୍ୟ ପ୍ରଦାନରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦିଆଯାଇଛି।

Related posts