ଏମସ ହସପିଟାଲରେ ଦ୍ବିତୀୟ ଡୋଜ କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Apr 8, 2021, 10:05 am IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ବିତୀୟ ଡୋଜ କରୋନା ଟିକା ଗ୍ରହଣ କରିଛନ୍ତି। ଆଜି ସକାଳୁ ପ୍ରଧାନମନ୍ତ୍ରୀ ଏମସ୍ ହସପିଟାଲରେ ପହଁଚି ଏହି ଟିକା ଗ୍ରହଣ କଲେ ବୋଲି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, କରୋନାକୁ ହରାଇବାକୁ ହେଲେ ଏହି ଟିକା ସମସ୍ତେ ଗ୍ରହଣ କରନ୍ତୁ। ଯଦି ଆପଣଙ୍କ ପାଳି ଆସିଛି ତେବେ ତୁରନ୍ତ ଟିକା ନିଅନ୍ତୁ। ନଚେତ ଆପଣ ପାଳିକୁ ଅପେକ୍ଷା କରନ୍ତୁ। ଏଥିସହିତ ସମସ୍ତେ ଟିକା ନେବା ପାଇଁ ଥିବା ୱେବ ସାଇଟ CoWin.gov.in ରେ ରେଜିଷ୍ଟ୍ରେସନ କରନ୍ତୁ ବୋଲି ମୋଦି ଆହ୍ବାନ ଦେଇଛନ୍ତି।

Related posts