
ଭୁବନେଶ୍ବର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଡାକ୍ତର ଦ୍ୱୟଙ୍କ ମଧ୍ୟରୁ ଜଣେ ଭେଷଜ ବିଭାଗର ହୋଇଥିବା ବେଳେ ଆଉ ଜଣେ ଶଲ୍ଯ ବିଭାଗର ବୋଲି ଜଣା ପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ପରୀକ୍ଷା କରାଯାଇଛି। ବର୍ତ୍ତମାନ ପରୀକ୍ଷା ହୋଇଥିବା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପୁଣିଥରେ ଆରଟିପିସିଆର ପରୀକ୍ଷା କରାଯିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧାରା ସାହୁ ଏନେଇ ସୂଚନା ଦେଇଛନ୍ତି।