ରେଳଯାତ୍ରୀଙ୍କ ପାଇଁ ଲାଗିଲା କଟକଣା, ଓଡିଶା ଆସିଲେ ଆଣିବେ ନେଗେଟିଭ ରିପୋର୍ଟ

Published: Apr 10, 2021, 7:01 am IST

ଭୁବନେଶ୍ବର, ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ୨୦୧୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର କିମ୍ବା ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ । ଏ ନେଇ ରେଳ ପୂର୍ବତଟ ରେଳବାଇ ନିଷ୍ପତି ଗ୍ରହଣ କରିଛି।

ବର୍ତ୍ତମାନ ବିଭିନ୍ନ ରାଜ୍ୟମାନଙ୍କରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି। ଫଳରେ ସେଠାରେ ଥିବା ଓଡିଆମାନେ ବର୍ତ୍ତମାନ ଘର ବାହୁଡା ହେବାରେ ଲାଗିଛନ୍ତି।ସେମାନଙ୍କ ଦ୍ବାରା ଓଡିଶାରେ ସଂକ୍ରାମଣ ବଢିବାର ଆଶଙ୍କା ଥିବାରୁ ରେଳବାଇ ଏପରି ନିଷ୍ପତି ଗ୍ରହଣ କରିଛି।

Related posts