Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡିର କୋକସରା ତଥା ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ
ଆଜିର ଖବର

କଳାହାଣ୍ଡିର କୋକସରା ତଥା ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ

April 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି। ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ଜନ ବସତି ରହିଛି। ଏତଦ ବ୍ୟତୀତ ପ୍ରତ୍ୟହ ସେଠାକୁ ଆଖପାଖ ଅଂଚଳର ପ୍ରାୟ ଦୁଇ/ତିନି ହଜାର ଲୋକେ ବ୍ୟବସାୟ କାର୍ଯ୍ୟରେ ଆସିଥାନ୍ତି।

ଜନଗହଳିପୂର୍ଣ୍ଣ ଲଡୁଗାଁ ଯଦିଓ ଗ୍ରାମପଂଚାୟତ ମୂଖ୍ୟାଳୟ ତଥାପି ଏହା ଛୋଟ ସହରାଂଚଳରୁ କମ ନୁହେଁ। ଲଡୁଗାଁର ଚାରିପଟେ ୧୦ ରୁ ଉର୍ଦ୍ଧ୍ୱ ରାଇସ ମିଲ ସ୍ଥାପିତ ହୋଇଥିବା ବେଳେ ଏହାର ଧୂଆଁ ଗ୍ରାମସାରା ବିସ୍ତାରିତ ହୋଇ କଳା ବାଦଲର ଭ୍ରମ ସୃଷ୍ଟିକରେ। ଏପରିକି ଘରେ ଦ୍ୱାରେ କଳା ଆସ୍ତରଣ ଜମିଯାଉଥିବା ବେଳେ ଗଛପତ୍ର ମାନଙ୍କରେ ମଧ୍ୟ କଳା ଛାଇଯାଏ। ରାଇସ ମିଲ ମାନଙ୍କରୁ ନିର୍ଗତ ପାଣି ଦୁର୍ଗନ୍ଧ ହୋଇ ଆଖପାଖ ଅଂଚଳ ଦୂଷିତ କରୁଥିବା ବେଳେ ରୋଗପୋକ ବୃଦ୍ଧି କରୁଥିବା ଜଣାପଡିଛି। ନିକଟ

ଅତୀତରେ ରାଇସ ମିଲ ମାନଙ୍କର ପୂତିଗନ୍ଧମୟ ପାଣି ଜମା ହୋଇ ଲଡୁଗାଁ ଅଂଚଳରେ ଡେଙ୍ଗୁ ଜ୍ୱର ଭଲି ମାରାତ୍ମକ ରୋଗ ବ୍ୟାପିଯାଇଥିଲା। ରାଇସମିଲ ମାନଙ୍କରୁ ବାହାରୁ ଥିବା ରାଖଡ ରାସ୍ତା ପାଶ୍ୱର୍ରେ ପକାଇ ଦିଆଯାଉଥିବା ବେଳେ ଯାତାୟତ ସମୟରେ ଲୋକେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି। ପବନରେ ଉଡି ଏହି ରାଖଡ ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ପଡିଲେ ଆଖି ଖରାପ ହୋଇଯାଉଥିବା ମଧ୍ୟ ଅନେକ ଅଭିଯୋଗ କରୁଛନ୍ତି। ରାଇସମିଲରୁ ନିର୍ଗତ ପାଣି ନିକଟସ୍ଥ ପୋଖରୀ, ଗାଡିଆ ରେ ମିଶି ଲୋକଙ୍କୁ ବିଭିନ୍ନ ଚର୍ମ ରୋଗ ହେଉଥିବା ବେଳେ ଗାଈ ଗୋରୁ ତଥା ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ବିଭିନ୍ନ ରୋଗର ଶୀକାର ହେଉଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ବର୍ଷ ଧରି ଏଭଲି ଭାବେ ପାଣି ପବନ ପ୍ରଦୂଷିତ ହେଉଥିବା ଏହି ଲଡୁଗାଁ ଅଂଚଳ ବାସୀ ଅଭିଯୋଗ କରୁଥିବା ବେଳେ ରାଇସମିଲ ମାଲିକ ମାନେ ଶୀତତାପ ନିୟନ୍ତ୍ରଣ ଘରେ ରହୁଥିବା ଏବଂ ନଳ କୂପ ତଥା ଆକ୍ୱା ପାଣି ବ୍ୟବହାର ହେତୁ ସାଧାରଣ ଲୋକ ଅନୁଭବ କରୁଥିବା ସମସ୍ୟା ଜାଣି ପାରୁନଥିବା ବେଳେ ସାଧାରଣ ଲୋକଙ୍କୁ ମରଣ ମୁହଁକୁ ଜାଣିଶୁଣି ଠେଲୁଥିବା ଅଭିଯୋଗ ହେଉଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ବାଧ୍ୟତା ମୂଲକ କରାଯାଉଥିବା ବେଳେ ଲଡୁଗାଁରେ ରାଇସମିଲ ମାଲିକ ମାନେ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡିଛି।

ଏପରିକି ମୋଟେର ଠାରୁ କୋକସରା ରାସ୍ତା ଉପରେ ଥିବା ଡଙ୍ଗରୀଗୁଡାସ୍ଥିତ ବୈଷ୍ଣୋଦେବୀ ରାଇସମିଲରୁ ନିର୍ଗତ ପାଣି ଏନଏଚ୨୬ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜମିରେ ଦୂଷିତ ପାଣିର ଏକ ବଡ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହାର ପାଶ୍ୱର୍ରେ ରାଖଡ ପକାଇଦିଆଯାଉଥିବା ହେତୁ ଜାତୀୟ ରାଜପଥରେ ଯାଉଥିବା ଲୋକେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏହି ରାଇସମିଲରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁସାରେ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ନଥିବା ଜଣାପଡିଛି।

ଅନେକ ରାଇସମିଲ ମାଲିକମାନେ ପ୍ରଭାବଶାଳି ରାଜନୈତିକ ଛତ୍ରଛାୟା ତଳେ ରହୁଥିବା ହେତୁ ସାଧାରଣ ଲୋକଙ୍କୁ ହେୟ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅନ୍ୟ ସାଧାରଣ ଲୋକେ ହଇରାଣ ହରକତ ହେଲେ ସେମାନଙ୍କ ଯାଏଆସେ କେତେ ବୋଲି ବିଚାର କରୁଥିବା ଏହି ରାଇସମିଲ ଗୁଡିକର ପ୍ରଦୂଷଣ ବ୍ୟବସ୍ଥା ଗୁଡିକ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

କଳାହାଣ୍ଡି ଜନଜୀବନ ଅସ୍ତବ୍ୟସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.