
ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।