Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ ମଦଦୋକାନ ଖୋଲିବା ନେଇ ପ୍ରସ୍ତାବିତ ସ୍ଥାନ
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ ମଦଦୋକାନ ଖୋଲିବା ନେଇ ପ୍ରସ୍ତାବିତ ସ୍ଥାନ

April 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଓଡିଶା ସରକାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନୀୟ କ୍ଷେତ୍ର ଅଞ୍ଚଳରେ ସ୍ୱଦେଶୀ ତିଆରି ଠିପିବନ୍ଦ ବିଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରି କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ମଧ୍ୟରେ କୁଜଙ୍ଗ ୧ ପାଇଁ କୁଜଙ୍ଗ ଗ୍ରାମପଞ୍ଚାୟତ ସେକ୍ଟର ୨୧ ,ୱାର୍ଡ଼ ନଂ -୧, ପାରାଦ୍ଵୀପ ମେରାଇନ୍ ଥାନା ପାଇଁ ପାରାଦ୍ବୀପ ପୌରପରିଷଦର ୱାର୍ଡ଼ ନଂ-୧, ପାରାଦ୍ଵୀପ ଲକ୍ ଥାନାର ଉଦୟବଟ ପାଇଁ ଉଦୟବଟ ଗ୍ରାମପଞ୍ଚାୟତ, ପାରାଦ୍ଵୀପ ଥାନାର ପାରାଦ୍ବୀପ ନଂ-୧ ପାଇଁ ବିଜୟା ମାର୍କେଟ, ବଡପଡିଆ ୱାର୍ଡ଼ ନଂ-୧୧, ଜଗତସିଂହପୁର ନଂ-୨ ପାଇଁ ଆଳିପିଙ୍ଗଳ ପଞ୍ଚାୟତ, ଜଗତସିଂହପୁର ନଂ-୩ ପାଇଁ କାଦୁଅପଡା ଗ୍ରାମ ପଞ୍ଚାୟତ, ନାଉଗାଁ ପାଇଁ ନାଉଗାଁ ଗ୍ରାମପଞ୍ଚାୟତରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି।

ସେହିପରି ଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାରାଦ୍ବୀପ ଥାନା ଷଣ୍ଢକୁଦ ଅଞ୍ଚଳର ଷଣ୍ଢକୁଦ ପାଇଁ ୱାର୍ଡ଼ ନଂ-୧୮, ଅଠରବାଙ୍କି ପାଇଁ ୱାର୍ଡ଼ ନଂ-୬ ଅଠରବାଙ୍କି ଠାରେ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ ଉପରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା କୌଣସି ଜନସାଧାରଣଙ୍କର କୌଣସି ଅଭିଯୋଗ ଥାଏ, ତାହାଲେ ସେମାନେ ଏପ୍ରିଲ୍ ୨୩ତାରିଖ ୨୦୨୧ ସୁଦ୍ଧା ଜିଲ୍ଲାପାଳ ଜଗତସିଂହପୁରଙ୍କୁ ଅଭିଯୋଗ କରିପାରିବେ।

ଏହି ଅଭିଯୋଗ ପତ୍ର ଜଗତସିଂହପୁର ଜିଲ୍ଲାପାଳଙ୍କ ଠିକଣାରେ ଚଳିତ ମାସ ଏପ୍ରିଲ୍ ୨୩ତାରିଖ ସୁଦ୍ଧା ପହଞ୍ଚାଇବା ଆବଶ୍ୟକ ଅଟେ। ଉକ୍ତ ସମୟସୀମା ପରେ କୌଣସି ଅଭିଯୋଗ ପତ୍ର ପ୍ରାପ୍ତ ହେଲେ ତାହା ବିଚାରକୁ ନିଆଯିବ ନାହିଁ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି।

ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.