
ଭୁବନେଶ୍ବର, ବର୍ତ୍ତମାନ କରୋନା ସ୍ଥିତି ଯାହା ସେଥିରେ କଟକଣା ମାନିବାକୁ ପଡିବ। ଯଦି କେହି ଏହାର ଖିଲାପ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିପରି ଚରମ ବାଣୀ ଶୁଣାଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।
ଦୁଇ ମହାନଗରରେ ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କମିଶନର କହିଛନ୍ତି। 60ରୁ ଅଧିକ ଅଫିସର ଏହାର ତଦାରଖ କରିବେ। ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ ରହିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି।