ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସରକାର ୭ ଟି ମେଡିକାଲ କଲେଜକୁ ୩୦ ଟି ଜିଲ୍ଲାର ଦାୟିତ୍ଵ ଦେଇଛନ୍ତି। ମେଡିକାଲ କଲେଜ ଟିମ୍ ଜିଲ୍ଲା କୋଭିଡ଼ ସେଣ୍ଟରର ତଦାରଖ କରିବେ।
ଜାଣନ୍ତୁ କେଉଁ ମେଡିକାଲ କଲେଜକୁ କେଉଁ ଜିଲ୍ଲା ଦାୟିତ୍ଵ:
୧- ଏସସିବି ମେଡିକାଲ କଲେଜ ଟିମ୍- କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲା
୨- ଏମକେସିଜି, ବ୍ରହ୍ମପୁର- ଗଞ୍ଜାମ, ବୌଦ୍ଧ, ଗଜପତି ଏବଂ କନ୍ଧମାଳ ଜିଲ୍ଲା
୩- ଭୀମସାର- ଅନୁଗୁଳ, ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା
୪- ଏସ.ଏଲ.ଏନ ମେଡିକାଲ କଲେଜ- କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା
୫- ପି.ଆର.ଏମ, ବାରିପଦା- କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା
୬- ଏଫ.ଏମ କଲେଜ- ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା
୭- ବି.ବି କଲେଜ- ବଲାଙ୍ଗୀରି, କଳାହାଣ୍ଡି, ନୂଆପଡା ଏବଂ ସୋନପୁର ଜିଲ୍ଲା ଦାୟିତ୍ଵ ମିଳିଛି।