
ନୂଆଦିଲ୍ଲୀ: ଆଜି ଫ୍ରାନ୍ସରୁ ପଞ୍ଚମ ବ୍ୟାଚର ରାଫେଲ ବିମାନ ଭାରତକୁ ଆସିଛି। ଫ୍ରାନ୍ସରୁ ଦୀର୍ଘ ୮ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଆଜି ଏହି ଲଢୁଆ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜି କେତୋଟି ରାଫେଲ ବିମାନ ଭାରତକୁ ଆସିଛି, ଏନେଇ ବାୟୁସେନା ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ। ହେଲେ ୪ ଟି ରାଫେଲ ବିମାନ ଭାରତକୁ ଆସିଛି ବୋଲି ଶୁଣିବାକୁ ମିଳିଛି।
ଉଡାଣ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଡ ଆରବ ଏମିରେଟ୍ସର ବାୟୁସେନା ଏହି ବିମାନରେ ଇନ୍ଧନ ଯୋଗାଇଥିଲେ ବୋଲି ବାୟୁସେନା ସୂଚନା ଦେଇଛି। ସେଥିପାଇଁ ଦୁଇ ଦେଶର ବାୟୁସେନାକୁ ଭାରତୀୟ ବାୟୁସେନା ଧନ୍ୟବାଦ ଜଣାଇଛି।