Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଏନ.ଏ.ସିର ଅଭିନଵ ପ୍ରୟାସ: ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ପାଳନ ଲାଗି ନେଲା ନିଷ୍ପତ୍ତି
ଆଜିର ଖବର

ବାଲୁଗାଁ ଏନ.ଏ.ସିର ଅଭିନଵ ପ୍ରୟାସ: ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ପାଳନ ଲାଗି ନେଲା ନିଷ୍ପତ୍ତି

April 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ୍ତ। ଏସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତେ ଏକାସାଙ୍ଗରେ କରୋନାକୁ ଆୟତ୍ତ କରିବା ଦିଗରେ ଲାଗିପଡିଛନ୍ତି।

ତେବେ ଆଜି ବାଲୁଗାଁ ଏନଏସି ପ୍ରଶାସନ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ଉପାୟ ଅବଲମ୍ବନ କରିଛି। ସାଧାରଣତଃ ଆମ ଓଡ଼ିଆ ଘରେ ଗୁରୁବାରକୁ ଶୁଭ ମାନନ୍ତି ଏବଂ ମା’ ଲକ୍ଷ୍ମୀଙ୍କ ଆଗମନକୁ ନେଇ ସମସ୍ତେ ନିଜ ନିଜ ଘର ସଫା କରିଥାନ୍ତି।  ତେବେ ଆଜି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ରୂପେ ପାଳନ କରିବାକୁ ବାଲୁଗାଁ ସହରବାସିଙ୍କୁ ନିବେଦନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ୧୦ ନମ୍ବର ୱାର୍ଡରେ ସଫେଇ ଦିବସର ଶୁଭାରମ୍ଭ ହୋଇଯାଇଛି। କରୋନା ମହାମାରୀର ଦ୍ଵିତୀୟ ଲହର କେତେ ତୀବ୍ର ତାହା କାହାକୁ ଅଗୋଚର ନାହିଁ। ଏହାକୁ ଏଡାଇବାକୁ ହେଲେ ସଫେଇର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନିର୍ବାହୀ ଅଧିକାରିଣୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଜି ୧୦ ନମ୍ବର ୱାର୍ଡର ପ୍ରତ୍ୟେକ ଗୃହିଣୀମାନେ ନିଜ ନିଜ ଗୃହକୁ ଧୋଇବା ସହ ଦୁଆର, ଝରକା ଆଦି ଭଲଭାବେ ସଫା କରିଥିଲେ। ଏଥିରେ ବାଲୁଗାଁ ଏନଏସିର କର୍ମଚାରୀ ମାନେ ସେମାନଙ୍କୁ ସହଯୋଗ କରିଥିଲେ। ତେବେ ଏନଏସି ର ଏପରି ପ୍ରୟାସକୁ ସହରବାସି ସ୍ୱାଗତ କରିବା ସହ ପ୍ରତି ଗୁରୁବାରକୁ ସଫେଇ ଦିବସ ରୂପେ ସମସ୍ତେ ନିଜ ନିଜ ୱାର୍ଡରେ ପାଳନ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଅଭିନଵ ପ୍ରୟାସ ବାଲୁଗାଁ ଏନ.ଏ.ସି
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କଲେ ଶଶି ଥରୁର: ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 20, 2026
Latest News

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କଲେ ଶଶି ଥରୁର: ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 20, 2026

ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.