ବଡପୋଖରୀଆ ନିକଟରେ ସଡକ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଭଉଣୀ ମୃତ, ଭାଇ ଗୁରୁତର

Published: Apr 27, 2021, 11:05 am IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଯେଉଁଥିରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅଛନ୍ତି।

ସୂଚନା ଅନୁଯାୟୀ, ଭାଇ ଭଉଣୀ ଦୁହେଁ ଭୂବନେଶ୍ୱରରୁ ଏକ ସ୍କୁଟିରେ ବ୍ରହ୍ମପୁର ଆଡେ ଯାଉଥିବା ବେଳେ ବଡପୋଖରୀଆ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସ୍କୁଟିରୁ ଭାଇ ଭଉଣୀ ଦୁହେଁ ଛିଟିକି ପଡିଥିଲେ।

ଘଟଣା ସ୍ଥଳରେ ଭଉଣୀ ମୃତ୍ୟୁ ବରଣ କରିଥିବା ବେଳେ ଭାଇକୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।ମୃତକ ଜଣଙ୍କ ସାଗରୀକା ପାଢୀ। ସାଗରୀକା ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ। ଘଟଣା ସ୍ଥଳରେ ରାଜପଥ ପାଟ୍ରୋଲିଂ ପୋଲିସ ପହଞ୍ଚି ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Related posts