
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି।
ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।