ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

Published: Apr 29, 2021, 4:25 pm IST

ନୂଆଦିଲ୍ଲୀ: ଦେଶରେ କରୋନା ଏକ ଭୟଙ୍କର ରୂପ ନେଉଛି। ପ୍ରତ୍ୟେକ ଦିନ କରୋନା  ନୂଆ ନୂଆ ରେକର୍ଡ କରି ଚାଲିଛି। ଏହା ଭିତରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ସୀତାପୁର ଜିଲ୍ଲାର ଜୁଦାଇପୁର ନିବାସୀ କମଲ କିଶୋର ବହୁତ ଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ଏପ୍ରିଲ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଚିକିତ୍ସା ସହ ଡାୟଲିସିସ ମଧ୍ୟ ଚାଲୁଥିଲା।

ହେଲେ ଦ୍ଵିତୀୟ ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ ୨୯ ତାରିଖରେ ଶୌଚାଳୟର ଝରକା ପଟେ ସେ ଡେଇଁବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଛାତ ତଳେ ଯାଇ ପଡ଼ିଥିଲେ। ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁନଃ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର କମଲଙ୍କୁ ମୃତ ଘୋଷିତ କରିଥିଲେ।

Related posts