ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୬୭୯ କରୋନା ଆକ୍ରାନ୍ତ

Published: Apr 29, 2021, 7:25 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୬୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୧୯, ସୁନ୍ଦରଗଡରୁ ୬୭୩, ନୂଆପଡ଼ାରୁ ୪୨୬, ଝାରସୁଗୁଡାରୁ ୩୦୩, ବଲାଙ୍ଗୀରିରୁ ୨୨୯, ପୁରୀରୁ ୨୨୪, ବରଗଡରୁ ୧୯୪, ସମ୍ବଲପୁରରୁ ୧୮୨, କଳାହାଣ୍ଡିରୁ ୧୬୬, ଗଞ୍ଜାମରୁ ୧୫୪, ବାଲେଶ୍ବରରୁ ୧୨୩, ରାୟଗଡାରୁ ୧୦୪, ମୟୂରଭଞ୍ଜରୁ ୭୭, ନୟାଗଡରୁ ୬୯, ଯାଜପୁରରୁ ୬୪, ଭଦ୍ରକରୁ ୬୩, କେନ୍ଦ୍ରାପଡାରୁ ୫୮, ସୋନପୁରରୁ ୫୫, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୪୫, ଗଜପତିରୁ ୪୧, ଦେବଗଡରୁ ୩୬, ଢେଙ୍କାନାଳରୁ ୩୩, କନ୍ଧମାଳରୁ ୧୮, ମାଲକାନାଗିରିରୁ ୧୫, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୧ ଏବଂ ଷ୍ଟେଟ ପୁଲରୁ ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୭ ହଜାର ୭୧୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି ହୋଇଛି।

Related posts