ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୧ କରୋନା ଆକ୍ରାନ୍ତ: ଭୁବନେଶ୍ବରରୁ ସର୍ବାଧିକ ୪ ଜଣ

Published: May 1, 2021, 10:57 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ଭୁବନେଶ୍ବରରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ଵରରୁ ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୭୯ ବର୍ଷୀୟ ପୁରୁଷ, ଜଣେ ୬୩ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୩୨ ବର୍ଷୀୟ ଯୁବକ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ଜଣେ ୬୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୨ ବର୍ଷିୟା ମହିଳା ଅଛନ୍ତି

ସେହିଭଳି ବୌଦ୍ଧରୁ ଜଣେ ୭୫ ବର୍ଷିୟା ମହିଳା, କୋରାପୁଟ ଜିଲ୍ଲାରୁ ଜଣେ ୬୦ ବର୍ଷିୟା ମହିଳା, କଳାହାଣ୍ଡି ଜିଲ୍ଲାରୁ ଜଣେ ୩୬ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୩୦ ବର୍ଷୀୟ ଯୁବକ ଏବଂ ରାୟଗଡା ଜିଲ୍ଲାରୁ ଜଣେ ୮୨ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୫ ହଜାର ୪୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭ ହଜାର ୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି।

Related posts