ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟିକାକରଣ, ବିଭିନ୍ନ କେନ୍ଦ୍ରରେ ଲମ୍ବା ଲାଇନ

Published: May 3, 2021, 10:01 am IST

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ସେଥିପାଇଁ ସକାଳୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲମ୍ବା ଲାଇନରେ ଟିକା ଦେବା ପାଇଁ ଯୁବକମାନେ ଅପେକ୍ଷା କରିଥିବାର ପରିଲକ୍ଷିତ ହୋଇଛି।

ଏହି ଟିକା କରଣ ପାଇଁ ସମସ୍ତେ ପୂର୍ବରୁ ଅନ ଲାଇନରେ ଫର୍ମ ପୁରଣ କରାଯାଇଛି। ଯେଉଁମାନେ ଅନ ଲାଇନରେ ନାମ ପଂଜିକରଣ କରିନାହାଁନ୍ତି ସେମାନଙ୍କୁ ଟିକା ଦିଆଯିବ ନାହିଁ। ଟିକା ନେବା ପାଇଁ ଅନ ଲାଇନରେ ନାମ ପଂଜିକରଣ ବାଧ୍ୟତା ମୂଳକ କରାଯାଇଛି।

ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts