Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ବିରୋଧ କଲା ଓଷ୍ଟା
ଆଜିର ଖବର

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ବିରୋଧ କଲା ଓଷ୍ଟା

May 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସିବିଏସଇ ଭଳି  ବିଏସଇ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲା। କରୋନା ଯୋଗୁଁ ବିଏସଇ ବୋର୍ଡ ପରିକ୍ଷାକୁ ବିଏସଇ ବାତିଲ କରିଦେଇଥିଲା। ହେଲେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ନେଇ ବିଏସଇ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଏସଇ ନିର୍ଦ୍ଦେଶ ଦେଇଛି।

ବୋର୍ଡ଼ ଦ୍ଵାରା ନିର୍ଦ୍ଧାରିତ ଫର୍ମାଟରେ ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରସ୍ତୁତ ଲାଗି ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ସେହି ଫର୍ମାଟରେ ସ୍କୁଲର ନାମ, ନମ୍ବର ଓ ରୋଲ ନମ୍ବର ଆଦି ରହିଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ମାଧ୍ୟମରେ ନିର୍ଦ୍ଧେଶ ଦେଇଛି।। ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷାର ନମ୍ବର ମାଗିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ହୋଇଛି। ଉଭୟ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ନମ୍ବରକୁ ପ୍ରଧାନ ଶିକ୍ଷକମାନେ ଦାଖଲ କରିବା ପାଇଁ ଡିଇଓଙ୍କୁ କୁହାଯାଇଛି। ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ କୁହାଯାଇଛି।

କିନ୍ତୁ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ ଦ୍ଵାରା କରାଯାଇଥିବା ପ୍ରକ୍ରିୟାକୁ ଓଷ୍ଟା ବିରୋଧ କରିଛି। ଏହି ପ୍ରକ୍ରିୟାକୁ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି ବିରୋଧ କରିଛନ୍ତି। ଗୋଟିଏ ଦିନରେ ଫର୍ମାଟ କିପରି ପ୍ରସ୍ତୁତ କରାଯାଇପାରିବ ବୋଲି ଓଷ୍ଟା ସମ୍ପାଦକ ପ୍ରଶ୍ନ କରିଛନ୍ତି।

ଓଷ୍ଟା ଦଶମ ଶ୍ରେଣୀ ପରୀକ୍ଷା ଫଳ ମାଧ୍ୟମିକ ଶିକ୍ଷା ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.