Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତୀ ଆକ୍ରମଣରେ ଚାଷୀ ମୃତ, ଜଣେ ଆହତ
ଆଜିର ଖବର

ହାତୀ ଆକ୍ରମଣରେ ଚାଷୀ ମୃତ, ଜଣେ ଆହତ

May 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମରେ ଜନୈକ ବ୍ୟକ୍ତି ଜଙ୍ଗଲକୁ ହଜିଯାଇଥିବା ବଳଦ ଖୋଜିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମହୁଲମାଳ ଗ୍ରାମର ଧନେଶ୍ୱର ଦେହୁରୀଙ୍କ ବଳଦ ହଜିଯାଇଥିଲା। ସେମାନେ ବହୁ ଖୋଜାଖୋଜି କରିଥିଲେ ହେଲେ ନିଜ ଅଂଚଳରେ ନ ମିଳିବାରୁ ରାହାସ ମିର୍ଦ୍ଧା ଙ୍କ ସହ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳର ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମ ଜଙ୍ଗଲକୁ ଗତକାଲି ସକାଳ ୭ ଟାରେ ପହଂଚି ଖୋଜାଖୋଜି କରୁଥିଲେ। ସେମାନେ ଜଙ୍ଗଲରେ ବଳଦ ଖୋଜୁଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ଧନେଶ୍ୱର ଦେହୁରୀ ଓ ରାହାସ ମିର୍ଦ୍ଧା। ହାତୀଟି ଧନେଶ୍ୱରଙ୍କୁ ଦଳି ଚକଟି ଦେଇ ମାରି ଦେଇଥିଲା। ଘଟଣା ସ୍ଥଳରେ ହିଁ ଧନେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସାଥିରେ ଯାଇଥିବା ରାହାସ ମିର୍ଦ୍ଧା ଆହତ ହୋଇ ଜରିପାଣି ଗାଁକୁ କୌଶଳ କ୍ରମେ ପଳାଇ ଆସି ଗାଁ ବାଲାଙ୍କୁ କହିଥିଲେ। ଗାଁ ବାଲା ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିବା ଜଣା ପଡିଛି। ମୃତ ବ୍ୟକ୍ତିକୁ ସରକାର କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହେଉଛି। ରେଢାଖୋଲ ସବ୍‌ଡିଭିଜନରେ ବହୁ ଜଣଙ୍କୁ ଅତୀତରେ ହାତୀ ଆକ୍ରମଣ କରି ମାରିଦେଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳି ବ୍ଲକ୍ ବାଟଗାଁ ପଂଚାୟତ ବସାଲଇ ଗ୍ରାମର ଗରିଆଟୁପା ଖମଣ ଜଙ୍ଗଲରେ ଗ୍ରାମର ବିରଂଚି ବାଦୀ(୬୦) ନାମକ ବୃଦ୍ଧକୁ ହାତୀ ଦଳି ଦେଇଥିଲା। ଗତ ବର୍ଷ ଜୁନ୍ ୨୦ ତାରିଖରେ ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା, ବାଟଗାଁ ପଂଚାୟତର ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ହାତୀ ମାରିଦେଇଥିବା ବେଳେ, ଗତ ତା ୨୩/୫ /୨୦୨୦ ରେ ବେଠୀଆବେନୀ ଗ୍ରାମର ପତ୍ର ତୁଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳୀଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମର ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକଙ୍କୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ,୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କୁ ହାତୀ ମାରିଦେଇଥିଲା।

ଏମିତି ବାରମ୍ବାର ରେଢାଖୋଲ ଅଂଚଳରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ଦନ୍ତା ହାତୀକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି।

ଚାଷୀ ମୃତ ଜଣେ ଆହତ ହାତୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.