ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ଙ୍କୁ ପ୍ରଥମେ ଜୟଲଳିତାଙ୍କ ଆତ୍ମଜୀବନୀ ଅଫର କରାଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଓ୍ବେବ୍ ସିରିଜ୍ ନିମନ୍ତେ ଅନୁବନ୍ଧିତ ହୋଇସାରିଥିବାରୁ ପ୍ରକଳ୍ପ ହାତଛଡା କରିଥିଲେ ବିଦ୍ୟା। ବିଦ୍ୟା ତାମିଲନାଡୁର ଅଟନ୍ତି ତେଣୁ ଆମ୍ମାଙ୍କ ଚରିତ୍ର ପାଇଁ ବିଦ୍ୟା ପ୍ରଥମ ଚଏସ୍ ରହିଥିଲେ। ମାତ୍ର ନିଜ ସ୍ବାମୀ ତଥା ୟୁଟିଭି ସିଇଓ ସିଦ୍ଧାର୍ଥ ରାୟ କପୁର ଇନ୍ଦିରା ଗାନ୍ଧୀଙ୍କ ଜୀବନି ଉପରେ ଏକ ଓ୍ବେବ୍ ସିରିଜ୍ ନିର୍ମାଣ କରୁଥିବାରୁ ବିଦ୍ୟା ଇନ୍ଦିରାଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦେଇଥିଲେ। ଏହାପରେ ଜୟଲଳିତାଙ୍କ ଚଳଚିତ୍ରଟି କଙ୍ଗନାଙ୍କ ହାତକୁ ଯାଇଥିଲା ବୋଲି ଚଳଚିତ୍ରର ନିର୍ଦ୍ଦେଶକ ଏ ଏଲ୍ ବିଜୟ ପ୍ରକାଶ କରିଛନ୍ତି। ଏହି ଓ୍ବେବ୍ ସିରିଜ୍ର କାମ ନସରିବା ପର୍ଯ୍ୟନ୍ତ ବିଦ୍ୟା ଅନ୍ୟ କୌଣସି ପ୍ରକଳ୍ପକୁ ସମ୍ମତି ପ୍ରଦାନ କରିବାକୁ ଚାହୁଁ ନାହାନ୍ତି, ଏବଂ ଇନ୍ଦିରାଙ୍କ ଚାଲିଚଳଣି, କଥାବାର୍ତ୍ତା ଭାଷଣ ଦେବାର ଶୈଳୀକୁ ଶିଖୁଛନ୍ତି। ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଏନ୍ ଚନ୍ଦ୍ରା ମନୀଷା କୋଇରାଲାଙ୍କୁ ନେଇ ଇନ୍ଦିରାଙ୍କ ଉପରେ ଚଳଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ ଯାହାକି ସମ୍ଭବ ହୋଇ ପାରିନଥିଲା।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )


