ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯ ହଜାର ୭୦୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୭୮୭

Published: May 10, 2021, 6:05 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୭୮୭, ସୁନ୍ଦରଗଡରୁ ୧୧୦୦, କଟକରୁ ୮୨୩, ବରଗଡରୁ ୫୦୬, ସମ୍ବଲପୁରରୁ ୪୨୫, ନବରଙ୍ଗପୁରରୁ ୪୧୨,  ଝାରସୁଗୁଡାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡରୁ ୨୨୬, ଭଦ୍ରକରୁ ୨୦୬, ମୟୂରଭଞ୍ଜରୁ ୧୯୯, ବଲାଙ୍ଗୀରିରୁ ୧୯୫, କେନ୍ଦୁଝରରୁ ୧୬୧, ରାୟଗଡାରୁ ୧୫୦, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୨, ବାଲେଶ୍ବରରୁ ୧୨୫, ସୋନପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନାଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭,  ଦେବଗଡରୁ ୨୭ ଏବଂ ଷ୍ଟେଟ ପୁଲରୁ ୩୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୫୭ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୫ ହଜାର ୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୮୦ କୁ ବୃଦ୍ଧି ହୋଇଛି।

Related posts