Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ: ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ
ଆଜିର ଖବର

ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ: ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ

May 12, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ମଣିଷକୁ ମଣିଷର ଘୃଣା ଏତେ ପରିମାଣର ବଢିଯାଇଛି ଯେ, ସେ ଭୁଲିଯାଉଛି ମାନବିକତା।

ଏପରି ଏକ ହୃଦୟବିଦାରକ ଦୃଶ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। କରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମାନେ ସ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଶେଷରେ ଦେବଦୁତ ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମ ଏବଂ ଚିଲିକା ପ୍ରଶାସନର ସହଯୋଗରେ ମୃତବ୍ୟକ୍ତିଙ୍କ ସସମ୍ମାନେ ଶବସତ୍କାର କରାଯାଇଛି।

ସୂଚନା ମୁତାବକ, ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ(୨୫) ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଗରିବ ଘର ହୋଇଥିବାରୁ ପୁଅ ଏକ କୁକୁଡ଼ା ଫାର୍ମରେ କାମ କରି ଯାହା ଦରମା ପାଏ ସେଥିରେ ମା ପୁଅ ଚଳନ୍ତି। ତେବେ ଗତକାଲି ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମାଙ୍କ ସହ ସେ ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ମୁତାବକ, ଦିବାକରଙ୍କୁ ଦୀର୍ଘ ଦିନ ଧରି ଜ୍ୱର ହେଉଥିଲା।  ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ତାଙ୍କୁ ଔଷଧ ଯୋଗାଇଦିଆଯାଇଥିଲା ଏବଂ କୋଭିଡ ଟେଷ୍ଟ ପାଇଁ କୁହାଯାଇଥିଲା। ହେଲେ ସେ ଟେଷ୍ଟ ନକରି ଘରକୁ ପଳାଇଯାଇଥିଲେ।

ଅପରାହ୍ନରେ ସେ ଗାଁ ରେ ଠିଆ ହୋଇଥିଲା ସମୟରେ ହଠାତ ଟଳିପଡ଼ିଥିଲେ। ଏ ଖବର ଗ୍ରାମ ଅଙ୍ଗନବାଡି ଦିଦି ବାଲୁଗାଁ ମେଡିକାଲକୁ ଜଣାଇବାରୁ ତାଙ୍କୁ ୧୦୮ ଯୋଗେ ବାଲୁଗାଁ ମେଡିକାଲ ଅଣାଯାଇଥିଲା। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ।

ତେବେ କରୋନା ସନ୍ଦେହରେ ଦିବାକରଙ୍କ ଶବକୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ଆସିଲେ ନାହିଁ। ଏପରିକି ଶବ ସତ୍କାର ପାଇଁ ମଧ୍ୟ ଗ୍ରାମବାସି ବିରୋଧ କରିବାରୁ ପାଖାପାଖି ଦୀର୍ଘ ୬ ଘଣ୍ଟା ନିଜ ବାଢୁଅ ପୁଅର ଶବକୁ ନେଇ ବାଲୁଗାଁ ମେଡିକାଲ ପରିସରରେ ତାଙ୍କ ମା କାନ୍ଦୁଥିବାର ଦେଖାଯାଇଥିଲା।

ଏ ଖବର ପାଇ ଆମ ପ୍ରତିନିଧି ତୁରନ୍ତ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗେ ସଙ୍ଗେ ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଁଚି ମୃତକଙ୍କ ମା’ ଙ୍କୁ ଆଶ୍ୱାସନା ଦେଇଥିଲେ।  ତେବେ ଚିଲିକା ତହସିଲଦାର ଏବଂ ବିଡ଼ିଓଙ୍କ ହସ୍ତକ୍ଷେପ କ୍ରମେ ଦିବାକରଙ୍କ ଶବ ସତ୍କାର ନିମନ୍ତେ ସ୍ଥାନୀୟ ଆଖୁପୋଖରିଆ ସ୍ମଶାନ ଠିକ ହୋଇଥିଲା ଏବଂ ଶବ ଦାହ ନିମନ୍ତେ ଆବଶ୍ୟକ ସରଞ୍ଜାମ ଯୋଗାଇଦିଆଯାଇଥିଲା।

ହେଲେ ଏ ସବୁ କାର୍ଯ୍ୟ ହେଲା ବେଳକୁ ରାତି ୧୨ଟା ବାଜିଯାଇଥିଲା। କୋଭିଡ ସନ୍ଦେହରେ ଦିବାକରଙ୍କ ଶବ ସତ୍କାର ନିମନ୍ତେ କେହି ବି ଆଗକୁ ନଆସିବାରୁ ଖୋଦ ବାଲୁଗାଁ ଏସଡ଼ିପିଓ ପିପିଇ କିଟ ପିନ୍ଧି ସ୍ଥାନୀୟ ସମାଜସେବୀ ଜୀନା ପଣ୍ଡା, ସାମ୍ବାଦିକ ଶକ୍ତି ମହାପାତ୍ର ଏବଂ ମେଡିକାଲ କର୍ମଚାରୀ ଦିଲ୍ଲୀପ ବେହରାଙ୍କ ସହଯୋଗରେ ଦିବାକରଙ୍କ ଶବକୁ ସମ୍ମାନ ସହ ସତ୍କାର କରିଥିଲେ।

ଅନ୍ୟପକ୍ଷରେ ବାଲୁଗାଁ ଥାନାଧିକାରୀ ରାତି ତମାମ ଶବ ସତ୍କାର ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ମଶାନ ରେ ପ୍ରହରା ଦେଇଥିଲେ। ତେବେ ପ୍ରଶାସନର ଏପରି କାର୍ଯ୍ୟକୁ ସମସ୍ତେ ଭୂୟାଁସୀ ପ୍ରଶଂସା କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ବଦାନ୍ୟତାକୁ ସାଧୁବାଦ ଜଣାଇଛନ୍ତି।  ପ୍ରାୟତଃ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଜନସାଧାରଣଙ୍କ ଆକ୍ରୋଶ ମନୋଭାବ ରହୁଥିବାବେଳେ ଏହି ଘଟଣା ଉଭୟ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଅନୁରୂପ ଭାବେ ଦିବାକରଙ୍କ ମା’ ଗରିବ ଅସହାୟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ଥଇଥାନ ତଥା ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟବସ୍ଥା କରାଗଲେ ସେ ଉପକୃତ ହୋଇପାରନ୍ତେ।

କରୋନା ମହାମାରୀ ବାଲୁଗାଁ ଏସଡ଼ିପିଓ ଯୁବକଙ୍କ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026
Latest News

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.