ମହାରାଷ୍ଟ୍ରରେ ବଢୁଛି କରୋନା ବିପଦ: ୪୩ ଦିନରେ ୭୬ ହଜାରରୁ ଊର୍ଦ୍ଧ୍ଵ ପିଲା ହେଲେ ସଂକ୍ରମିତ

Published: May 14, 2021, 8:16 pm IST

ମୁମ୍ବାଇ: କରୋନା ଦ୍ଵିତୀୟ ଲହରୀରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି। ଏହି ଲହରୀରେ ଛୋଟ ଛୋଟ କୋମଳବତୀ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।

ଜାନୁୟାରୀ ୧ ତାରିଖ ୨୦୨୧ ଠାରୁ ମେ’ ୧୨ ତାରିଖ ପର୍ଯ୍ୟନ୍ତ ମାହାରାଷ୍ଟ୍ରରେ ୧ ଲକ୍ଷ ୬ ହଜାର ୨୨୨ ଜଣ ୧୦ ବର୍ଷରୁ କମ ଛୁଆ ଆକ୍ରାନ୍ତ ହୋଇଥିବା ବେଳେ ବିଗତ ୪୩ ଦିନ ମଧ୍ୟରେ ୭୬ ହଜାର ୪୦୧ ଜଣ ଛୁଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ୨୦୨୦ ମସିହାରେ ମୋଟ ୬୭ ହଜାର ୧୧୦ ଜଣ ପିଲା ସଂକ୍ରମିତ ହୋଇଥିଲେ। ପିଲାଙ୍କ ଉପରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ହସ୍ପିଟାଲରେ ଆଇସିୟୁ ପ୍ରସ୍ତୁତ କରାଯାଉଛି।

ବିଶେଷଜ୍ଞଙ୍କ ଅନୁମାନ, ତୃତୀୟ ଲହରୀ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେବେ ପିଲାଙ୍କ ଉପରେ ବଢୁଥିବା ବିପଦକୁ ଟାଳିବା ପାଇଁ ମହାରାଷ୍ଟ୍ର ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Related posts