Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ଦ୍ଵିତୀୟ ଲହରୀରେ ୬୦୦ ରୁ ଉର୍ଦ୍ଧ୍ଵ ଡାକ୍ତରଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଛି। ଏହି ଭୁତାଣୁ ଦାୟୁରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା ସେମାନେ ମଧ୍ୟ ଏହି ଭୂତାଣୁର ପ୍ରକୋପରେ ଆସି ମୃତ୍ୟୁବରଣ କରୁଛନ୍ତି। କରୋନାର ଦ୍ଵିତୀୟ ଲହରୀରେ ଦେଶର ୬୦୦ ରୁ ଊର୍ଦ୍ଧ୍ଵ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡିଛି।

ଭାରତୀୟ ଚିକିତ୍ସା ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି। ସର୍ବାଧିକ ଦିଲ୍ଲୀରେ ୧୦୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୭ ଜଣ, ଉତ୍ତରପ୍ରଦେଶରେ ୭୯ ଜଣ, ଝାଡଖଣ୍ଡରେ ୩୯ ଜଣ, ଆନ୍ଧ୍ରପ୍ରଦେଶରେ ୩୫ ଜଣ, ତେଲେଙ୍ଗନାରେ ୩୪ ଜଣ, ଗୁଜୁରାଟରେ ୩୭ ଜଣ, ପଶ୍ଚିମବଙ୍ଗରେ ୩୦ ଜଣ ଏବଂ ମାହାରାଷ୍ଟ୍ରରେ ୨୩ ଜଣ ଡାକ୍ତର କରୋନା ଯୁଦ୍ଧରେ ହାରିଯାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହରୀରେ ମୋଟ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ଲହରୀରେ ୬୪୬ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ବଢୁଛି କରୋନା ବିପଦ: ୪୩ ଦିନରେ ୭୬ ହଜାରରୁ ଊର୍ଦ୍ଧ୍ଵ ପିଲା ହେଲେ ସଂକ୍ରମିତ

ମୁମ୍ବାଇ: କରୋନା ଦ୍ଵିତୀୟ ଲହରୀରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି। ଏହି ଲହରୀରେ ଛୋଟ ଛୋଟ କୋମଳବତୀ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।

ଜାନୁୟାରୀ ୧ ତାରିଖ ୨୦୨୧ ଠାରୁ ମେ’ ୧୨ ତାରିଖ ପର୍ଯ୍ୟନ୍ତ ମାହାରାଷ୍ଟ୍ରରେ ୧ ଲକ୍ଷ ୬ ହଜାର ୨୨୨ ଜଣ ୧୦ ବର୍ଷରୁ କମ ଛୁଆ ଆକ୍ରାନ୍ତ ହୋଇଥିବା ବେଳେ ବିଗତ ୪୩ ଦିନ ମଧ୍ୟରେ ୭୬ ହଜାର ୪୦୧ ଜଣ ଛୁଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ୨୦୨୦ ମସିହାରେ ମୋଟ ୬୭ ହଜାର ୧୧୦ ଜଣ ପିଲା ସଂକ୍ରମିତ ହୋଇଥିଲେ। ପିଲାଙ୍କ ଉପରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ହସ୍ପିଟାଲରେ ଆଇସିୟୁ ପ୍ରସ୍ତୁତ କରାଯାଉଛି।

ବିଶେଷଜ୍ଞଙ୍କ ଅନୁମାନ, ତୃତୀୟ ଲହରୀ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେବେ ପିଲାଙ୍କ ଉପରେ ବଢୁଥିବା ବିପଦକୁ ଟାଳିବା ପାଇଁ ମହାରାଷ୍ଟ୍ର ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା: କରୋନା କାଳରେ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଟୀକାକରଣ ପାଇଁ ଦାବି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟରେ କରୋନା ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଦୈନିକ ଅହେତୁକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାକି କୋଣ ଅନୁକୋଣରୁ ଟିକିନିଖି ଖବର ସାଉଁଟିଥିବା ସାମ୍ବାଦିକ ନିଜ ଜୀବନକୁ ପାଣି ଛଡ଼େଇ ଅହ ରହ ସମ୍ବାଦ ପରିବେଷଣ କରିଚାଲିଛି। ଜଣେ ନିର୍ଭୀକ ସମ୍ବାଦିକର ପରିଚୟ ସୃଷ୍ଟି କରି କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ଅବା ଵେସରକାରୀ କାର୍ଯ୍ୟାଳୟ, ଥାନା, କୋର୍ଟ କଚେରୀ, ଜନଗହଳିପୂର୍ଣ୍ଣ ସ୍ଥାନ ସମେତ ଶ୍ମସାନ ପର୍ଯ୍ୟନ୍ତ ପହଞ୍ଚି ଜନ ସାଧାରଣଙ୍କୁ ପ୍ରତି ମୂହୁର୍ତ୍ତରେ ଟିକିନିଖି ଖବର ଦେଇ ଆସୁଛି। ଇତି ମଧ୍ୟରେ ବହୁ ସାମ୍ବାଦିକ ନିଜ କର୍ତ୍ତବ୍ୟ ସଂପାଦନ କ୍ଷେତ୍ରରେ କୋଭିଡ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିକୁ ଆଗଧାଡିର ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସରକାରୀ ନିୟମାବଳୀ ଅନୁଯାୟୀ ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଟିକା ଦେବା ପାଇଁ ଅଗ୍ରାଧିକାର ଦିଆଯାଉଥିବାବେଳେ ଉକ୍ତ ଯୋଜନାରେ ପଞ୍ଜୀକୃତ ହୋଇ ନ ଥିବା ଗଣମାଧମ ପ୍ରତିନିଧି ଏଥିରୁ ବାଦ ପଡିବା କେତେ ଦୂର ଠିକ୍, ଯାହାକି ଗଣମାଧ୍ୟମ ପ୍ରତିନିଧି ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ରାଜ୍ୟରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ୬୯୪୪ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ଥିବାବେଳେ ସେମାନଙ୍କ ପାଇଁ ଦୁଇ ଲକ୍ଷର ସ୍ୱାସ୍ଥ୍ୟ ବିମା ସାଙ୍ଗକୁ ମହାମାରୀ କରୋନା ଜନିତ ମୃତ୍ୟୁ ଘଟିଲେ ୧୫ ଲକ୍ଷ ଟଂକା କ୍ଷତିପୁରଣ ସହାୟତା ରାଶି ରହିଛି।

ମାତ୍ର ପ୍ରତି ମୁହୁର୍ତ୍ତରେ ନିଜ ଜୀବନକୁ ପାଣି ଛଡେଇ କାର୍ଯ୍ୟକରୁଥିବା ଗୋପବନ୍ଧୁ ଯୋଜନାରେ ପଞ୍ଜିକୃତ ନ ଥିବା ସାମ୍ବାଦିକଙ୍କୁ ମହାମାରୀ କରୋନା କାଳରେ ନିଜର ସୁରକ୍ଷା ପାଇଁ ଟିକାକରଣ ବ୍ୟବସ୍ଥା ନାହିଁ। ଏହି ପ୍ରତିବାଦରେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ‘ସାଳିଆ ପ୍ରେସ କ୍ଳବ’ର ସଭାପତି ଅଜିତ କୁମାର ସାହୁଙ୍କ ନେତୃତରେ ସମସ୍ତ କ୍ଳବ ସଦସ୍ୟ ବାଲୁଗାଁ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାବି ପତ୍ର ଦେବା ସହ ଯଥାଶୀଘ୍ର ସଂପୃକ୍ତ ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କୁ ଟିକା ଦିଆ ଯିବାର ବ୍ୟବସ୍ଥା କରାଯିବା ନେଇ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏଥି ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଲୋକ ସଂପର୍କ ଓ ସୂଚନା ବିଭାଗକୁ ଏଦିଗରେ ଗୁରୁତର ସହ ବିଚାର କରି ଚିଲିକା ନିର୍ବାଚନ ମଣ୍ଡଳୀ ଅଧିନରେ କାର୍ଯ୍ୟରତ ସମସ୍ତ ଗଣମାଧମ ପ୍ରତିନିଧିଙ୍କୁ ଯଥାଶୀଘ୍ର ଟିକା ଦେବା ପାଇଁ ଅନୁରୋଧ କରିଛନ୍ତି।ଏଥି ସହିତ ଏଭଳି ଭନାୟକ ସ୍ଥିତିରେ ଦୁନିଆକୁ ଦିଶା ଯୋଗାଉ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣ ଦେଖା ନ କରି ସେମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସେମାନଙ୍କୁ ସର୍ବପ୍ରଥମେ ଟୀକା କରଣ ଵ୍ୟଵସ୍ଥା କରାଯାଉ ବୋଲି ସର୍ବସମ୍ମତି ରେ ମତ ପ୍ରକାଶ ପାଇଛି।