କରୋନାର ଦ୍ଵିତୀୟ ଲହରୀରେ ୬୦୦ ରୁ ଉର୍ଦ୍ଧ୍ଵ ଡାକ୍ତରଙ୍କ ଯାଇଛି ଜୀବନ

Published: Jun 5, 2021, 7:42 pm IST

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଛି। ଏହି ଭୁତାଣୁ ଦାୟୁରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା ସେମାନେ ମଧ୍ୟ ଏହି ଭୂତାଣୁର ପ୍ରକୋପରେ ଆସି ମୃତ୍ୟୁବରଣ କରୁଛନ୍ତି। କରୋନାର ଦ୍ଵିତୀୟ ଲହରୀରେ ଦେଶର ୬୦୦ ରୁ ଊର୍ଦ୍ଧ୍ଵ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡିଛି।

ଭାରତୀୟ ଚିକିତ୍ସା ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି। ସର୍ବାଧିକ ଦିଲ୍ଲୀରେ ୧୦୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୭ ଜଣ, ଉତ୍ତରପ୍ରଦେଶରେ ୭୯ ଜଣ, ଝାଡଖଣ୍ଡରେ ୩୯ ଜଣ, ଆନ୍ଧ୍ରପ୍ରଦେଶରେ ୩୫ ଜଣ, ତେଲେଙ୍ଗନାରେ ୩୪ ଜଣ, ଗୁଜୁରାଟରେ ୩୭ ଜଣ, ପଶ୍ଚିମବଙ୍ଗରେ ୩୦ ଜଣ ଏବଂ ମାହାରାଷ୍ଟ୍ରରେ ୨୩ ଜଣ ଡାକ୍ତର କରୋନା ଯୁଦ୍ଧରେ ହାରିଯାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହରୀରେ ମୋଟ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ଲହରୀରେ ୬୪୬ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି।

Related posts