Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅନନ୍ତନାଗ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଗତକାଲି ମୃତ୍ୟୁବରଣ କରିଥିଲେ ୫ ଆତଙ୍କୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗର ଶ୍ରୀଗୁଫୱାଡା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଜାମ୍ମୁ କାଶ୍ମୀରର ଇସଲାମିକ୍ ଷ୍ଟେଟ୍ (ISJK) ର ଜଣେ ଆତଙ୍କବାଦୀ ନିହତ ହୋଇଛି।

ମୃତ୍ୟୁବରଣ କରିଥିବା ଆତଙ୍କବାଦୀ ବେଜବେହାରା ପୋଲିସର ଏଏସଆଇ ମହମ୍ମଦ ଆଶ୍ରାଫଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ନିହତ ଆତଙ୍କବାଦୀ କାଦିପୋରା ଅଞ୍ଚଳର ଫହିମ ଭଟ ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେବାବେଳେ କାଶ୍ମୀର ଜୋନ ପୋଲିସ ଟୁଇଟ୍ କରି ଆଇଜିପି କାଶ୍ମୀରକୁ କହିଛି ଯେ, ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସହିତ ପୃଥକ ପୃଥକ ମୁକାବିଲାରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆଇଇଡି ବିଶେଷଜ୍ଞ ଥିଲେ। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଦୁଇ ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଅନସାର ଗାଜୱା-ଉଲ-ହିନ୍ଦ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିସହ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଙ୍ଗ ପ୍ରତ୍ୟାରୋପଣକୁ ଅପେକ୍ଷା କରି ପ୍ରତିବର୍ଷ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି: ଡାକ୍ତର ମନୋଜ କୁମାର

ଭୁବନେଶ୍ୱର: ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କିଡ଼୍‌ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ବେଳେ ମାତ୍ର ୫ ହଜାର ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁଛି।

ସେହିପରି ଯକୃତ ରୋଗରେ ପୀଡ଼ିତ ହୋଇ ଅଙ୍ଗଦାନକାରୀ ନ ମିଳିବା କାରଣରୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ଅଙ୍ଗ ଦାନର ମାତ୍ରା ମାତ୍ର ୦.୦୧ ପ୍ରତିଶତ ବୋଲି ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ
ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ଶନିବାର ସୂଚନା ଦେଇଛନ୍ତି।

ଜାତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାହୁ କହିଥିଲେ ଯେ ଭାରତରେ ପ୍ରତ୍ୟେକ ଦିନ ଡୋନର ନ ମିଳିବା କାରଣରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଅଙ୍ଗ ପ୍ରତ୍ୟାରୋପଣର ଖୁବ୍ ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ଭାରତରେ ମାତ୍ର ୩୯ ହଜାର ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଥିଲା ବୋଲି ଡଃ ସାହୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ନ୍ୟୁରୋଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ମିନତି ବେହେରା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାଂଶ ବକ୍ତାମାନେ ଅସୁସ୍ଥ ରୋଗୀମାନଙ୍କ ନିମନ୍ତେ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଅଭାବ ହିଁ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ କରିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସାହୁ କହିଥିଲେ ଯେ ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଅଙ୍ଗଦାନ କରିପାରିବ।

ଡାକ୍ତର ସାହୁ କହିଥିଲେ ଯେ ଜଣେ ନବଜାତ ଶିଶୁ ଯିଏକି ଜନ୍ମ ହେବାର ୧୦୦ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲା ସେ ତା’ର ଦୁଇଟି କିଡ୍‌ନୀ ଦାନ କରିପାରିଛି । ସେହିପରି ଜଣେ ୧୦୭ ବର୍ଷର ମହିଳାଙ୍କ କର୍ନିଆ ମଧ୍ୟ ବ୍ୟବହାର ହୋଇପାରିଛି। ଯେ କୌଣସି ବୟସର ବ୍ୟକ୍ତି ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ସାହୁ କହିଥିଲେ।

ପ୍ରଫେସର ସାହୁ କହିଥିଲେ ଯେ ଆମ ଦେଶରେ ଅଙ୍ଗଦାନର ଅନେକ ସୁଯୋଗ ରହିଛି ।ତେବେ ଏ ନେଇ ଲୋକେ ସଚେତନ ହେବା ଆବଶ୍ୟକ। କେବଳ ଗତ ମାସ କେବଳ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ୧୦ ଜଣ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତିଙ୍କ ଅଙ୍ଗ ତାଙ୍କ ପରିବାର ପକ୍ଷରୁ ଦାନ କରାଯାଇଥିବା ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସାହୁ କହିଥିଲେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଅଙ୍ଗଦାନ ନେଇ ପ୍ରାୟତଃ ଅନିଚ୍ଛା ପ୍ରକାଶ କରିଥାନ୍ତି। ଯଦି କୌଣସି ରୋଗୀଙ୍କୁ ପଚରାଯାଏ ଯେ ତାଙ୍କ ପରିବାରର କେହି ସଦସ୍ୟ କିମ୍ବା ବନ୍ଧୁ ତାଙ୍କ ପାଇଁ ରକ୍ତଦାନ କରିବେ କି ତେବେ ପ୍ରାୟତଃ ତାଙ୍କ ଉତର ରହିଥାଏ ରକ୍ତ ଅନ୍ୟ କେଉଁଠାରୁ ମିଳିପାରିବ କି? ଏହା ଲୋକଙ୍କର ସାଧାରଣ ଚିନ୍ତାଧାରାକୁ ପ୍ରକାଶ କରେ ବୋଲି
ପ୍ରଫେସର ସାହୁ କହିଥିଲେ।

ଲୋକମାନେ ଏ ଦିଗରେ ଉଚିତ୍ ଚିନ୍ତା କରି ନିଷ୍ପତି ନେବା ଉଚିତ୍ ବୋଲି ସେ କହିଛନ୍ତି ।
ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ପୋଷ୍ଟମୋର୍ଟମ୍‌କୁ ରାତିରେ କରାଯିବାର ସରକାରଙ୍କ ନିଷ୍ପତି ଦ୍ୱାରା ଅଙ୍ଗଦାନର ମାତ୍ରା ବୃଦ୍ଧି ପାଇବ। ଏହା ଏକ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଏବଂ ଅଙ୍ଗଦାନ କ୍ଷେତ୍ରରେ ଏହା ଖୁବ୍ ସାହାଯ୍ୟ କରିବ ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପାଣି ନମିଳିବାରୁ ଶୋଷରେ ଛଟପଟ ହୋଇ ୫ ବର୍ଷର ଝିଅର ଗଲା ଜୀବନ: ଅଚେତ ହେଲେ ଜେଜେମା’

ନୂଆଦିଲ୍ଲୀ: ପାଣି ପାଇଁ ୫ ବର୍ଷର ଶିଶୁ କନ୍ୟାଟିର ଛଟପଟ ହୋଇ ଜୀବନ ଚାଲିଯାଇଛି। ଏହା ସହ ଝିଅଟିର ଜେଜେମା’ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜାଲୋର ଜିଲ୍ଲା ଅନ୍ତର୍ଗତ ରାଣୀୱାଡ ଗ୍ରାମର ସୁଖୀ ନାମକ ଜଣେ ମହିଳା ଏବଂ ତାଙ୍କର ନାତୁଣୀ ମଞ୍ଜୁ (୫ ବର୍ଷ) ରୋଡ଼ା ଗାଁର ସମ୍ପର୍କୀୟଙ୍କ ଘରକୁ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଉଭୟଙ୍କୁ ଶୋଷ ଲାଗିଥିଲା। କିନ୍ତୁ ପାଖାପାଖି ଅଞ୍ଚଳରେ ସେମାନଙ୍କୁ ପାଣି ମିଳିଲା ନାହିଁ। ଫଳରେ ଉଭୟ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ କିଛି ଲୋକ ଉଭୟଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଗାଁର ସରପଞ୍ଚଙ୍କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

ସେଠାରେ ପୋଲିସ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା। ହେଲେ ଡାକ୍ତର ମଞ୍ଜୁକୁ ମୃତ୍ୟୁ ଘୋଷିତ କରିଥିବା ବେଳେ ମହିଳା ଜଣଙ୍କ ଡିହାଇଡ୍ରେସନ ଯୋଗୁଁ ଅଚେତ ହୋଇଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ଦ୍ଵିତୀୟ ଲହରୀରେ ୬୦୦ ରୁ ଉର୍ଦ୍ଧ୍ଵ ଡାକ୍ତରଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଛି। ଏହି ଭୁତାଣୁ ଦାୟୁରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା ସେମାନେ ମଧ୍ୟ ଏହି ଭୂତାଣୁର ପ୍ରକୋପରେ ଆସି ମୃତ୍ୟୁବରଣ କରୁଛନ୍ତି। କରୋନାର ଦ୍ଵିତୀୟ ଲହରୀରେ ଦେଶର ୬୦୦ ରୁ ଊର୍ଦ୍ଧ୍ଵ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡିଛି।

ଭାରତୀୟ ଚିକିତ୍ସା ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି। ସର୍ବାଧିକ ଦିଲ୍ଲୀରେ ୧୦୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୭ ଜଣ, ଉତ୍ତରପ୍ରଦେଶରେ ୭୯ ଜଣ, ଝାଡଖଣ୍ଡରେ ୩୯ ଜଣ, ଆନ୍ଧ୍ରପ୍ରଦେଶରେ ୩୫ ଜଣ, ତେଲେଙ୍ଗନାରେ ୩୪ ଜଣ, ଗୁଜୁରାଟରେ ୩୭ ଜଣ, ପଶ୍ଚିମବଙ୍ଗରେ ୩୦ ଜଣ ଏବଂ ମାହାରାଷ୍ଟ୍ରରେ ୨୩ ଜଣ ଡାକ୍ତର କରୋନା ଯୁଦ୍ଧରେ ହାରିଯାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହରୀରେ ମୋଟ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ଲହରୀରେ ୬୪୬ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ମୃତ୍ୟୁବରଣ କଲେ ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନ

ନୂଆଦିଲ୍ଲୀ: ଆରଜେଡ଼ିର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନ କରୋନାରେ ମୃତ୍ୟୁ ହୋଇଛି। ଶାହାବୁଦ୍ଦିନ ହତ୍ୟା ମମାଳାରେ ତିହାର ଜେଲରେ ଆଜୀବନ ସଜା କାଟୁଥିଲେ। ଗତ କିଛି ଦିନ ତଳେ ସେ କରୋନାରେ ସଂକ୍ରମଣ ହୋଇଥିଲେ। ଫଳରେ ତାଙ୍କୁ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ରାତିରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ରାଣ ହରାଇଲେ ୩ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୩୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ ରେ ପହଞ୍ଚିଛି।

ବଲାଙ୍ଗୀରି ଜିଲ୍ଲାରୁ ଜଣେ ୪୩ ବର୍ଷୀୟ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଯାଜପୁର ଜିଲ୍ଲାରୁ ଜଣେ ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି।

ତେବେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୧୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୨୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ

ରାୟଗଡ଼ା: ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ୍ୟୁବରଣ କରିଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିସ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ନାବଳିକାଙ୍କ ବୟସ ୧୦ ଓ ୧୨ ବର୍ଷ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ଦୁର୍ଯ୍ଯୋଧନ ମାଝୀଙ୍କ ଦୁଇ ଝିଅ ପରିବା ଚାଷ ଜମିରେ ଥିବା ପାଳ କୁଡିଆରେ ବିଶ୍ରାମ ନେଉଥିଲେ। ହେଲେ ସେହି ସମୟରେ ହଠାତ୍ କୁଡିଆରେ ନିଆଁ ଲାଗି ଯାଇଥିଲା। ଏପରିକି ସେହି ନାବାଳିକା ଦୁଇଜଣ ବାହାରକୁ ଆସିପାରିନଥିଲେ। ଯାହାଫଳରେ ନାବାଳିକା ଦ୍ୱୟ ଏହି ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ଆଉ ଜଣେ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଏହି ଆକ୍ରାନ୍ତ ଜଣଙ୍କ ୭୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ଆଜିର ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୧୮୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୪୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୪୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୫ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: ମାଛ ଧରିବା ବେଳେ ଡ଼ଙ୍ଗାରୁ ଖସିପଡି ମୃତ୍ୟୁବରଣ କଲେ ଜଣେ ଧୀବର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଉଳାବନ୍ଧ ଗ୍ରାମ ଭୀମପାଟଣା ସାହିର ଖଲି ଘଡ଼ାଇଙ୍କ ପୁତ୍ର ଗନ୍ଧର୍ବ ଘଡ଼ାଇ(୪୨)ଙ୍କ ଆଜି ମଧ୍ୟାହ୍ନ ରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗନ୍ଧର୍ବ ପ୍ରତିଦିନ ମାଛ ଧରିବା ପାଇଁ ଘଡ଼ାଇ ପେଣ୍ଠ ଠାରୁ ଦଶ କିଲୋମିଟର ଦୂରରେ ଚିଲିକା ଭିତରକୁ ଜାଲ ପକେଇବାକୁ ଯାଇଥାନ୍ତି। ପ୍ରତିଦିନ ସନ୍ଧ୍ୟା ସୁଦ୍ଧା ଜାଲ ପକାଇ ତା ପରଦିନ ଭୋର ପାଞ୍ଚଟାରେ ଜାଲ କାଢ଼ିବାକୁ ଯାଆନ୍ତି। ହେଲେ ପ୍ରତିଦିନ ପରି ଆଜି ଭୋରରୁ ଏକ ଡ଼ଙ୍ଗା ଯୋଗେ ଜାଲ କାଢ଼ିବାକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଜାଲ କାଢ଼ିବାବେଳେ ଗନ୍ଧର୍ବ ଚିଲିକାର ଗଭୀର ଜଳରାଶି ମଧ୍ୟରେ ଡ଼ଙ୍ଗାରୁ ଖସି ପଡିଥିଲେ।

ଏହା ଦେଖି ସଙ୍ଗେ ସଙ୍ଗେ ଡ଼ଙ୍ଗା ଚାଳକ ଜୋରରେ ପାଟି କରି ନିକଟରେ ଜାଲ କାଢୁଥିବା ଲୋକଙ୍କୁ ଡାକିଥିଲେ ଏବଂ ଗନ୍ଧର୍ବଙ୍କ ପରିବାରକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ। ଗନ୍ଧର୍ବଙ୍କ ପରିବାର ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଏବଂ ନାଚୁଣୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବହୁତ ସମୟ ଧରି ଗଭୀର ଜଳରାଶିରେ ଖୋଜିଲା ପରେ ଶେଷରେ ଗନ୍ଧର୍ବଙ୍କ ମୃତ ଶରୀରକୁ ଠାବ କରି ଜଳରୁ ଉଦ୍ଧାର କରିଥଲେ।

ଘଟଣାର ତଦନ୍ତକାରୀ ଅଧିକାରୀ ତଥା ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ଗନ୍ଧର୍ବଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ବାଣପୁର ପୋଲିସ ତରଫରୁ ଏ ନେଇ କେସ ନମ୍ବର ୨୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।