ଅନନ୍ତନାଗ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଗତକାଲି ମୃତ୍ୟୁବରଣ କରିଥିଲେ ୫ ଆତଙ୍କୀ

Published: Dec 26, 2021, 10:43 am IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗର ଶ୍ରୀଗୁଫୱାଡା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଜାମ୍ମୁ କାଶ୍ମୀରର ଇସଲାମିକ୍ ଷ୍ଟେଟ୍ (ISJK) ର ଜଣେ ଆତଙ୍କବାଦୀ ନିହତ ହୋଇଛି।

ମୃତ୍ୟୁବରଣ କରିଥିବା ଆତଙ୍କବାଦୀ ବେଜବେହାରା ପୋଲିସର ଏଏସଆଇ ମହମ୍ମଦ ଆଶ୍ରାଫଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ନିହତ ଆତଙ୍କବାଦୀ କାଦିପୋରା ଅଞ୍ଚଳର ଫହିମ ଭଟ ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେବାବେଳେ କାଶ୍ମୀର ଜୋନ ପୋଲିସ ଟୁଇଟ୍ କରି ଆଇଜିପି କାଶ୍ମୀରକୁ କହିଛି ଯେ, ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସହିତ ପୃଥକ ପୃଥକ ମୁକାବିଲାରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆଇଇଡି ବିଶେଷଜ୍ଞ ଥିଲେ। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଦୁଇ ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଅନସାର ଗାଜୱା-ଉଲ-ହିନ୍ଦ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିସହ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

Related posts