ଜଗତସିଂହପୁର ଜିଲ୍ଲାରୁ ଆଜି ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ଆଜି ୧୪୭

Published: May 15, 2021, 9:00 pm IST

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀ ଜଗତସିଂହପୁର ଜିଲ୍ଲାରେ ଉପରମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ଜଗତସିଂହପୁର ଜିଲ୍ଲାରେ ଆଜି ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ପାରାଦ୍ବୀପରୁ ସର୍ବାଧିକ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୩୯ଜଣ, ବାଲିକୁଦା ବ୍ଲକରୁ ୩୨ଜଣ, ଜଗତସିଂହପୁର ବ୍ଲକରୁ ୨୯ଜଣ, ନାଉଗାଁ ବ୍ଲକରୁ ୨୮ଜଣ, ଏରସମା ବ୍ଲକରୁ ୨୨ଜଣ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକରୁ ୧୯ଜଣ ଲେଖାଏଁ,ବିରିଡ଼ି ବ୍ଲକରୁ ୧୩ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୯୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଜି ଜିଲ୍ଲାରୁ ୧୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ୧୬୬୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts